fbpx

ମହମ୍ମଦ ଶାମିଙ୍କୁ ଟ୍ରୋଲ କରିବା ପଛରେ ପାକିସ୍ତାନର ବଡ ଷଡଯନ୍ତ୍ର: କାହିଁକି ବାରମ୍ବାର ଉଠାଉଛି ଧର୍ମ ପ୍ରସଙ୍ଗ

ନୂଆଦିଲ୍ଲୀ: ବିଶ୍ୱକପ୍ ୨୦୨୩ ର ଫାଇନାଲ ମ୍ୟାଚ୍ ରେ ଭାରତ ଧମାକେଦାର ଏଣ୍ଟ୍ରି କରିଛି । ବୁଧବାର ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ରୋମାଞ୍ଚକର ସେମିଫାଇନାଲ ମ୍ୟାଚରେ ଭାରତ ନ୍ୟୁଜିଲ୍ୟାଣ୍ଡକୁ ୭୦ ରନରେ ପରାସ୍ତ କରିଛି ।

ଏହି ସାନଦାର ବିଜୟର ଶ୍ରେୟ ଐତିହାସିକ ୭ ୱିକେଟ୍ ନେଇଥିବା ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ଦିଆଯାଇଥିଲା । ଏବେ ଖବର ଆସୁଛି ଯେ, ଭାରତର ଲଗାତାର ବିଜୟରେ ପାକିସ୍ତାନ ଅସନ୍ତୋଷ ପ୍ରକାଶ କରିଛି ଏବଂ ଶାମି ଓ ଦଳର ମନୋବଳ ଭାଙ୍ଗିବା ପାଇଁ ଲଗାତାର ଭାବରେ ଟ୍ରୋଲ କରୁଛି ।

ଏକ ରିପୋର୍ଟ ଅନୁଯାୟୀ, କ୍ରୀଡ଼ାରେ ସାମ୍ପ୍ରଦାୟିକ ବିଭେଦ ସୃଷ୍ଟି କରିବା ପାଇଁ ସୋସିଆଲ ମିଡିଆରେ ଲଗାତାର ଟ୍ରୋଲ କରିବା ପଛରେ ପାକିସ୍ତାନର ସାଇବର ୟୁନିଟର ପ୍ରୋତ୍ସାହନ ଉପରେ କାର୍ଯ୍ୟ କରୁଥିବା ଗୋଷ୍ଠୀ ଏବଂ ପାକିସ୍ତାନର କିଛି ପ୍ରୋଫାଇଲ୍ ଏହା ପଛରେ ଅଛି ବୋଲି ଗୁପ୍ତଚର ସୂତ୍ରରୁ ସୂଚନା ଦିଆଯାଇଛି । କୁହାଯାଉଛି ଯେ, ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ମଧ୍ୟ ଟ୍ରୋଲମାନେ ଶାମିଙ୍କୁ ଟାର୍ଗେଟ କରିବାକୁ ଚେଷ୍ଟା କରିଥିଲେ ।

ଯେତେବେଳେ ଶାମି କ୍ୟାଚ୍ ଛାଡିଥିଲେ :-
ରିପୋର୍ଟ ଅନୁଯାୟୀ, ନ୍ୟୁଜିଲ୍ୟାଣ୍ଡର ଅଧିନାୟକ କେନ୍ ୱିଲିୟମସନଙ୍କ କ୍ୟାଚ୍ ଛାଡିବା କରିବା ପରେ ମଧ୍ୟ ଶାମିଙ୍କୁ ଟ୍ରୋଲ କରାଯାଇଥିଲା । ୨୦୨୧ ମସିହାରେ ମଧ୍ୟ ପାକିସ୍ତାନ ବିପକ୍ଷ ମ୍ୟାଚରେ ପରାଜୟ ପରେ ଦ୍ରୁତ ବୋଲରଙ୍କୁ ତାଙ୍କ ଧର୍ମ ବିଷୟରେ ଟ୍ରୋଲ କରାଯାଇଥିଲା ।

ଶ୍ରୀଲଙ୍କା ବିପକ୍ଷରେ ଭାରତର ଚମତ୍କାର ବିଜୟ ପରେ ମଧ୍ୟ ପାକିସ୍ତାନୀ ୟୁଜର ପ୍ରୋଫାଇଲ୍ ଶାମିଙ୍କୁ ଟାର୍ଗେଟ କରିଥିଲେ । ରିପୋର୍ଟ ଅନୁଯାୟୀ, ଯେତେବେଳେ ଶାମି ୱିକେଟର ଉତ୍ସବ ପାଳିବାକୁ ଭୂମିରେ ବସିଥିଲେ, ସେତେବେଳେ ପାକିସ୍ତାନୀ ପ୍ରଶଂସକମାନେ ତାଙ୍କ ଉପରେ ‘ସାଜଦା’ ବିଷୟରେ ପ୍ରଶ୍ନ ଉଠାଉଥିଲେ । ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଶାମି ଚମତ୍କାର ଭାବରେ ପାଞ୍ଚ ୱିକେଟ୍ ନେଇଥିଲେ । ବିଶେଷ କଥା ହେଉଛି ଦ୍ରୁତ ବୋଲର ୪ଥର ୫ ୱିକେଟ୍ ନେଇଥିବା ପ୍ରଥମ ଖେଳାଳି ହୋଇପାରିଛନ୍ତି । ଏହାପୂର୍ବରୁ ଏହି ରେକର୍ଡ ଅଷ୍ଟ୍ରେଲୀୟ ବୋଲର ମିଚେଲ ଷ୍ଟାର୍କଙ୍କ ନାମରେ ଥିଲା ।

ଏହି ରିପୋର୍ଟରେ ଭାରତୀୟ ଗୁପ୍ତଚର ସୂତ୍ରରୁ ପ୍ରକାଶ ଯେ, ପାକିସ୍ତାନର ‘ନିରାଶା’ ଅନେକ ସମୟରେ ଦୃଶ୍ୟମାନ ହେଉଛି । ସମ୍ପ୍ରତି କ୍ରିକେଟ୍ ମ୍ୟାଚ୍ ସମୟରେ ଏହା ମଧ୍ୟ ଦେଖିବାକୁ ମିଳିଛି । କୁହାଯାଉଛି ଯେ, ଏହାର ଉଦ୍ଦେଶ୍ୟ ହେଉଛି ଭାରତୀୟ ଖେଳାଳିଙ୍କ ମନୋବଳ ଭାଙ୍ଗିବା ଏବଂ ଧର୍ମ ବିଷୟରେ ଉଲ୍ଲେଖ କରି ସୌହାର୍ଦ୍ଦ୍ୟ ଏବଂ ଖେଳ ଭାବନାକୁ ନଷ୍ଟ କରିବା ।

Get real time updates directly on you device, subscribe now.