ପିଲା ଚୋରି କରୁଛନ୍ତି ମାଙ୍କଡ଼, (Video) ଦେଖି ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ବଦଳିଗଲାଣି ମାଙ୍କଡ଼ଙ୍କ ମାନସିକତା । ଅପରାଧ ଦିଗରେ ବଢ଼ିଲେଣି ନୀରିହ ପଶୁ ।

ଓଡିଶା ଭାସ୍କର: ମାଙ୍କଡ଼ମାନେ କରୁଛନ୍ତି ଅପହରଣ । ବିଶ୍ୱାସ ନହେଲେ ବି ଏହା ସତ, କାରଣ ସମ୍ପୂର୍ଣ ଘଟଣାଟି କ୍ୟାମେରାରେ କଏଦ ବୈଜ୍ଞାନିକମାନେ ମଧ୍ୟ ମାଙ୍କଡ଼ଗୁଡ଼ିକର କାର୍ଯ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ଜଙ୍ଗଲରେ ପଶୁମାନଙ୍କ ସହିତ ରହି, ମାଙ୍କଡମାନଙ୍କ ମାନସିକତାରେ ବଡ ପରିବର୍ତନ ଦେଖିବାକୁ ମିଳିଛି, ଯାହା ବୈଜ୍ଞାନିକମାନେ ବୁଝିବାକୁ ଚେଷ୍ଟା ଝକରଉଛନ୍ତି । ପାନାମା ନିକଟସ୍ଥ ଜିକାରୋ ଦ୍ୱୀପରେ ଖଞ୍ଜା ଯାଇଥିବା କ୍ୟାମେରାରେ ଏକ ପୁରୁଷ କାପୁଚିନ୍ ମାଙ୍କଡ଼ ଅନ୍ୟ ପ୍ରଜାତିର ଏକ ଶିଶୁ ହାଉଲର୍ ମାଙ୍କଡ଼କୁ ପିଠିରେ ଧରି ଦୌଡ଼ୁଥିବାର ଦୃଶ୍ୟ ଦେଖା ଯାଇଛି।

ପ୍ରଥମେ ସମସ୍ତେ ଭାବୁଥିଲେ ଯେ ପିଲାଟି ମଧ୍ୟ ଜଣେ କାପୁଚିନ୍ ହୋଇପାରେ, କିନ୍ତୁ ଭିଡିଓର ବିଶ୍ଳେଷଣ କରାଯିବ ପରେ ବୈଜ୍ଞାନିକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସେ ମାଙ୍କଡ଼ ଛୁଆ ଥିଲା ବେବି ହାଉଲର୍।

15 ମାସ ପର୍ଯ୍ୟନ୍ତ କ୍ୟାମେରା ଫୁଟେଜ୍ ବ୍ୟବହାର କରି ଜିକାରୋ ଦ୍ୱୀପରେ ଗବେଷଣା କରାଯାଇଥିଲା। ଏହି ଛୋଟ ଦ୍ୱୀପଟି ପାନାମା ଉପକୂଳରୁ 55 କିଲୋମିଟର ଦୂରରେ ଅବସ୍ଥିତ। ଏହି ଗବେଷଣାରେ ଅନେକ ବିଶ୍ୱବିଦ୍ୟାଳୟ ଏବଂ ପ୍ରତିଷ୍ଠାନର ଲୋକମାନେ ସାମିଲ ହୋଇଥିଲେ।

ରିସର୍ଚ୍ଚ ଅନୁସାରେ ଜୋକର, ଚାରିଟି ନାବାଳକ ପୁରୁଷ କାପୁଚିନ୍ ମାଙ୍କଡ଼ଙ୍କ ସହିତ, ଜାନୁଆରୀ 2022 ରୁ ମାର୍ଚ୍ଚ 2023 ମଧ୍ୟରେ 11ଟି ହାଉଲର୍ ଶିଶୁଙ୍କୁ ଅପହରଣ କରିଥିଲେ।

ସେମାନେ ସେହି ଶିଶୁ ମାଙ୍କଡମାନଙ୍କୁ ମାରି ଖାଇଥିବାର କୌଣସି ପ୍ରମାଣ ମଧ୍ୟ ନଥିଲା। ତାଙ୍କୁ ସେମାନଙ୍କ ସହିତ ଖେଳୁଥିବା କିମ୍ବା ସେମାନଙ୍କର ଯତ୍ନ ନେଉଥିବାର ଦେଖାଯାଇ ନଥିଲା। ଏହି ଅଧ୍ୟୟନରେ କୁହାଯାଇଥିଲା ଯେ ଦ୍ୱୀପରେ ଏହି ଭିନ୍ନ ପ୍ରକାରର ସଂସ୍କୃତି ଦେଖାଯାଉଛି। ଏହି ଗବେଷଣା ପତ୍ରିକା କରେଣ୍ଟ ବାୟୋଲୋଜିରେ ପ୍ରକାଶିତ ହୋଇଛି।

ଅପହରଣ କାହିଁକି

ଗବେଷକମାନେ ବର୍ତ୍ତମାନ ବିଶ୍ୱାସ କରୁଛନ୍ତି ଯେ ଜିକାରୋ ଦ୍ୱୀପର କାପୁଚିନ୍ ମାଙ୍କଡ଼ମାନେ ବିରକ୍ତ ହୋଇଯାଇଥିବେ। ସେ ହୁଏତ ବିରକ୍ତି ଭାବକୁ ଦୂର କରିବା ପାଇଁ ଏବଂ ତାଙ୍କ ଜୀବନରେ କିଛି ରୋମାଞ୍ଚ ଆଣିବା ପାଇଁ ଅପହରଣ କରିଥାଇପାରନ୍ତି।