fbpx

Morbi Cable Bridge:ବଢୁଛି ମୁଣ୍ଡ ସଂଖ୍ୟା,ମୃତ୍ୟୁ ସଂଖ୍ୟା ୧୪୧ ପାର

ଅହମ୍ମଦାବାଦ: ଗୁଜୁରାଟ ମୋର୍ବି ସହରରେ ରେ ଗତକାଲି ରାତି ଅର୍ଥାତ ରବିବାର ବିଳମ୍ବିତ ରାତିରେ ମାଚ୍ଛୁ ନଦୀ ଉପରେ ନିର୍ମିତ ଝୁଲା ପୋଲ ଛିଣ୍ଡିବାରେ ୯୧ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ ଏହି ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୧୪୧ରେ ପହଞ୍ଚିଛି । ପୋଲ ଛିଣ୍ଡିବା ପରେ ଶତାଧିକ ଲୋକ ନଦୀ ଗର୍ଭରେ ପଡିଯାଇଥିଲେ । ଯାହା ମଧ୍ୟରୁ ୧୭୭ ଜଣଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପତାଲରେ ଭର୍ତ୍ତି କରାଯାଇଥିଲା । ଯାହା ଅନୁମାନ କରି କୁହାଯାଉଛି ପୋଲ ଛିଣ୍ଡିବା ବେଳେ ପ୍ରାୟ ୪୦୦ରୁ ଅଧିକ ଲୋକ ଏହି ସ୍ଥାନରେ ଉପସ୍ଥିତ ଥିଲେ । ଛଟ ପୂଜା ଏଥିରେ ବହୁ ସଂଖ୍ୟକ ଲୋକ ଉପସ୍ଥିତ ଥିଲେ ।

ମୃତ୍ୟୁ ସଂଖ୍ୟା ୧୪୧ ପାର :ବର୍ତ୍ତମାନ ସୁଦ୍ଧା ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡିନଥିବାବେଳେ ରାଜ୍ୟ ସରକାର ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ଶନିବାର ଶତାଧ୍ଵକ ଲୋକ ଉକ୍ତ ପୋଲ ଉପରେ ଡିଆଁଡେଇଁ ଓ କୁଦାକୁଦି କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଦୁର୍ଘଟଣା ଘଟିବାପରେ ଉଦ୍ଧାର କାର୍ଯ୍ୟରେ ଏନ୍‌ଡିଆରଏଫ୍‌ର ଦୁଇଟି ଟିମ୍ ସମେତ ସ୍ଥାନୀୟ ପୁଲିସ ଓ ଅଗ୍ନିଶମ ବାହିନୀକୁ ମୁତୟନ କରାଯାଇଛି । ଦୁର୍ଘଟଣାପରେ ସ୍ଥାନୀୟ ଲୋକେ ମଧ୍ୟଉଦ୍ଧାର କାର୍ଯ୍ୟରେ ସହାୟତା କରିଥିବା ଜଣାପଡିଛି ।

ଦୁର୍ଘଟଣା ସୂଚନା ମିଳିବାପରେ ରାଜକୋଟ ଅଗ୍ନିଶମ ବିଭାଗ ପକ୍ଷରୁ ଘଟଣାସ୍ଥଳକୁ ୬ଟି ବୋଟ୍ ଓ ୬ଟି ଆମ୍ବୁଲାନ୍ସ ପଠାଯାଇଛି । ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସମେତ ଗୃହମନ୍ତ୍ରୀ ହର୍ଷ ସାଂଘଭୀ ଓ ସ୍ଵାସ୍ଥ୍ୟମନ୍ତ୍ରୀ ଋଷିକେଶ ପଟେଲ ଘଟଣାସ୍ଥଳରେ ପହଞ୍ଚିଛନ୍ତି।ମୃତାହତଙ୍କ ସମ୍ପର୍କରେ ସୂଚନା ପାଇବାକୁ ମୋର୍ଚି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ହେଲପ୍ ଲାଇନ ନମ୍ବର (୦୨୮୨୨-୨୪୩୩୦୦) ଖୋଲାଯାଇଛି ।

ରାଜ୍ୟ ସରକାର ଏହାର ତଦନ୍ତ ପାଇଁ ୫ ଜଣିଆ ଏସ୍ଆଇଟି ଗଠନ କରିଛନ୍ତି। ଏଥିରେ ପୌର ପ୍ରଶାସନ ଦାୟିତ୍ୱରେ ଥିବା ଜଣେ ଆଇଏଏସ ଅଫିସର, ଜଣେ ଚିଫ୍‌ ଇଞ୍ଜିନିୟର, ଜଣେ ଷ୍ଟ୍ରକ୍‌ଚରାଲ ଇଞ୍ଜିନିୟର, ପୂର୍ତ୍ତ ବିଭାଗ ସଚିବ ଏବଂ କ୍ରାଇମବ୍ରାଞ୍ଚ୍ ଆଇଜିଙ୍କୁ ସାମିଲ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘଟଣାରେ ଗଭୀର ଦୁଃଖପ୍ରକାଶ କରିବା ସହ ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨ ଲକ୍ଷ ଓ ପ୍ରତ୍ୟେକ ଆହତଙ୍କୁ ୫୦,୦୦୦ ଟଙ୍କାର ଅନୁକମ୍ପା ରାଶି ଘୋଷଣା
କରିଛନ୍ତି ।

Get real time updates directly on you device, subscribe now.