fbpx

ଗ୍ୟାଙ୍ଗଷ୍ଟର ହାଇଦର ଫେରାର ମାମଲାରେ ଆଉ ୩ ଗିରଫ

ଭୁବନେଶ୍ୱର ,୧୭/୪(ଓଡିଶା ଭାସ୍କର):କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଷଡଯନ୍ତ୍ର ମାମଲାରେ ଆଉ ୩ ଜଣ ଗିରଫ ହୋଇଛନ୍ତି । ୩ ଜଣଙ୍କୁ ଗିରଫ କରିଛି କମିସନରେଟ୍ ପୋଲିସ । ଗିରଫ ମଧ୍ୟରେ ଜଣେ ଯୁବତୀ ଓ ୨ ଜଣ ଯୁବକ ଥିବା ସୂଚନା ମିଳିଛି । ବାଲେଶ୍ବର ଭୋଗରାଇ ଅଞ୍ଚଳର ଯୁବତୀ ଅର୍ଚ୍ଚନା ପରିଡ଼ା ଓରଫ ଗେଲୀ , କଟକ ଯୋବ୍ରାର ଇମ୍ରାନ ଖାନ ଓ କେନ୍ଦ୍ରାପଡ଼ାର ସେକ୍‌ ରସିଉଦ୍ଦିନ ଗିରଫ ହୋଇଛନ୍ତି। ପୂର୍ବରୁ ହାଇଦର ଫେରାର ମାମଲାରେ ୩ ଗିରଫ ହୋଇଥିଲେ।

ତେବେ ଏପ୍ରିଲ୍ ୧୦ ତାରିଖରେ ହାଇଦରକୁ କଟକ ଏସସିବିରୁ ଯୋଜନା ମୁତାବକ ଖସାଇ ନିଆଯାଇଥିଲା । ତାକୁ ଖସାଇ ନେବାରେ ଧରମପୁଅ ଏବଂ କିଛି ସହଯୋଗୀ ମିଶି କଟକ ଜୋବ୍ରାରେ ଥିବା ଏକ ଭଡାଘରେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲା । ଆଉ ତାହା କଟକ ଏସସିବିରେ କାର୍ଯ୍ୟକାରୀ ହୋଇଥିଲା । ମାତ୍ର ୨ ରୁ ୩ ଘଣ୍ଟା ମଧ୍ୟରେ ସହଯୋଗୀ ମାନେ ହସ୍ପିଟାଲରୁ ହାଇଦରକୁ ପୋଲିସ୍ ଜାଲରୁ ଖସାଇ ନେଇଥିଲେ ।

Get real time updates directly on you device, subscribe now.