fbpx

IPL ଓ ନିର୍ବାଚନ ସମୟରେ ଅଧିକ ବିଜ୍ଞାପନ, ଏତିକି ଟଙ୍କା ଖର୍ଚ୍ଚ କରିବେ କମ୍ପାନୀ

ନୂଆଦିଲ୍ଲୀ: ପାଖେଇ ଅସୁଛି ସାଧାରଣ ନିର୍ବାଚନ । ଏନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଜୋରସୋର ପ୍ରସ୍ତୁତି ଜାରି ରହିଛି । ଏଥିମଧ୍ୟରେ ଆରମ୍ଭ ହୋଇଛି ଇଣ୍ଡିଆନ୍ ପ୍ରିମିୟର ଲିଗ୍‌(ଆଇପିଏଲ୍‌) । ବର୍ତ୍ତମାନ କ୍ରିକେଟ ଓ ରାଜନୀତି ଦୁନିଆରରେ ଘଟୁଥିବା ଘଟଣାଗୁଡ଼ିକ ବିଷୟରେ ଜାଣିବା ପାଇଁ ଅଧିକ ଲୋକମାନେ ଗଣମାଧ୍ୟମ ଉପରେ ନିର୍ଭର କରୁଛନ୍ତି । ଏବଂ ଏହି ସୁଯୋଗକୁ କମ୍ପାନୀଗୁଡ଼ିକ ହାତଛଡ଼ା କରିବାକୁ ଚାହଁନାହାଁନ୍ତି । ଅଧିକରୁ ଅଧିକ ଲୋକଙ୍କ ପାଖରେ ନିଜର ଉତ୍ପାଦ କିମ୍ବା ବାର୍ତ୍ତା ପହଞ୍ଚାଇବା ପାଇଁ ଚଳିତ ବର୍ଷ ଏପ୍ରିଲରୁ ଜୁନ୍ ମଧ୍ୟରେ ନିଜର ବିଜ୍ଞାପନ ବଜେଟରେ ୮୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ କମ୍ପାନୀଗୁଡ଼ିକ ଲକ୍ଷ ରଖିଛନ୍ତି ।

ମାଡିସନ୍ ମିଡିଆ ତଥ୍ୟ ଅନୁସାରେ ୨୦୨୩ ଏପ୍ରିଲ-ଜୁନରେ ବିଜ୍ଞାପନରେ ୯୯, ୦୩୮ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । କିନ୍ତୁ ଚଳିତ ବର୍ଷ ସେହି ବିଜ୍ଞାପନରେ ୧, ୧୧, ୧୧୦ କୋଟି ଟଙ୍କା ଖର୍ଚ୍ଚ ହେବ । ମାରୁତି ସୁଜୁ୍‌ି , ଟାଟା ମୋଟୋର୍ସ, ହୁଣ୍ଡାଇ ମୋଟୋର୍ସ, ଡାବର ଓ ଗୋଦରେଜ୍ ଆପ୍ଲାଏନସେସ୍ ଭଳି କମ୍ପାନୀ ଏପ୍ରିଲ- ଜୁନ୍ ତ୍ରୈୟମାସିକରେ ବିଜ୍ଞାପନରେ ଅଧିକ ଖର୍ଚ୍ଚ କରିବାକୁ ଯୋଜନା ରଖିଛନ୍ତି । ଛାପା ଗଣମାଧ୍ୟମ ଠାରୁ ଆରମ୍ଭ କରି ଟିଭି ଏବଂ ଡିଜିଟାଲ ମିଡିଆ ପର୍ଯ୍ୟନ୍ତ ସବୁଥିରେ ବିଜ୍ଞାପନ ଖର୍ଚ୍ଚ ବଢ଼ିବ । ଏଫଏମସିଜି, ଅଟୋମୋବାଇଲ, ଟେଲିକମ୍‌, ଇଲେକ୍ଟ୍ରୋନିକ୍ସ, ପାନୀୟ, ଆଇସକ୍ରିମ୍‌, ଏସି, ଫ୍ରିଜ୍ ଓ ସ୍କିନକେୟାର ସାମଗ୍ରୀର ବିଜ୍ଞାପନ ଅଧିକ ଦେଖିବାକୁ ମିଳିବ । ଗତ ବର୍ଷ ଏପ୍ରିଲ-ଜୁନରେ ଏସି କମ୍ପାନୀ ହାୟର ୩୦ କୋଟି ଟଙ୍କାର ବିଜ୍ଞାପନ ଦେଇଥିବା ବେଳେ ଚଳିତ ବର୍ଷ ୭୫ କୋଟି ଟଙ୍କାକୁ ବୃଦ୍ଧି କରିଛି । ବିସ୍କୁଟ କମ୍ପାନୀ ପାର୍ଲେ ଏହାର ବିଜ୍ଞାପନ ବଜେଟକୁ ୮୦% ପର୍ଯ୍ୟନ୍ତ ବଢ଼ାଇଛି । ସେହିପରି ଇମାମୀ ଏହାର ବିଜ୍ଞାପନ ଖର୍ଚ୍ଚ ୨୦ ପ୍ରତିଶତ ବଢ଼ାଇବା ଉପରେ ବିଚାର କରୁଛି । ବଜାର ବିଶେଷଜ୍ଞଙ୍କ କହିବାନୁଯାୟୀ ଚଳିତ ଆର୍ଥିକ ବର୍ଷ ଶେଷ ଆଡ଼କୁ ଆଇପିଏଲ୍ ଆରମ୍ଭ ହୋଇଥିବାରୁ ବିଜ୍ଞାପନ ବଜାର ମାନ୍ଦା ରହିଥିଲା । କିନ୍ତୁ ଆଗକୁ ବିଜ୍ଞାପନ ତ୍ୱରାନ୍ୱିତ ହେବ ।

Get real time updates directly on you device, subscribe now.