ଭୁବନେଶ୍ବର– ରାଜ୍ୟରେ ବଜ୍ରପାତ ଓ ସଡକ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହି ଦୁଇ ଦୁର୍ଘଟଣା ଉଦବେଗର କାରଣ ହୋଇଛି । ଆଜି ଗୃହରେ ପରିବହନ ମନ୍ତ୍ରୀ ଓ ରାଜସ୍ୱ ମନ୍ତ୍ରଙ୍କ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି । ବିଧାୟକ କହଁରଙ୍କ ପ୍ରଶ୍ନର ଉତ୍ତରରେ ଏହି ତଥ୍ୟ ଗୃହକୁ ପ୍ରଦାନ କରାଯାଇଛି । ବିଗତ ୩ ବର୍ଷରେ ୧୦୫୭ ମୃତ୍ୟୁ ବଜ୍ରପାତରେ ହୋଇଥିବା ବେଳେ ୧୬,୨୮୭ ଜଣଙ୍କ ମୃତ୍ୟୁ ଦୁର୍ଘଟଣାରେ ହୋଇଛି ବୋଲି ଦୁଇ ମନ୍ତ୍ରୀ ଗୃହକୁ ଅବଗତ କରିଛନ୍ତି
ମନ୍ତ୍ରୀ ତାଙ୍କ ଲିଖିତ ଉତ୍ତରରେ କହିଛନ୍ତି, ବଜ୍ରପାତରେ ୩ ବର୍ଷରେ ୧୦୫୭ ଜଣଙ୍କ ମୃତ୍ୟୁ ହୋଇଛି । ଗତ ୭ ମାସରେ ୨୦୧ ଜଣଙ୍କ ବଜ୍ରାଘାତରେ ମୃତ୍ୟୁ ହୋଇଛି । ୨୦୨୩ରୁ ୨୪ ଭିତରେ ୨୭୨ଙ୍କ ମୃତ୍ୟୁ ହୋଇଥିବା ବେଳେ ଏହି ୨୦୨୨- ୨୩ରେ ଏହା ୩୦୬ ଥିଲା । ତେବେ ମୟୂରଭଞ୍ଜ, ଗଞ୍ଜାମ ଓ ବାଲେଶ୍ୱରରେ ସବୁଠାରୁ ଅଧିକ ବଜ୍ରପାତ ମୃତ୍ୟୁ ହୋଇଥିବା ମନ୍ତ୍ରୀ ଗୃହରେ ଉତ୍ତର ରଖିଛନ୍ତି ।
ସେହିପରି ଦୁର୍ଘଟଣାରେ ବିଗତ ୩ ବର୍ଷରେ ୧୬,୨୮୭ ଜଣଙ୍କ ଜୀବନ ହାନି ଘଟିଲାଣି । ସେହିପରି ସଡକ ଦୁର୍ଘଟଣାରେ ୩୦,୪୫୩ ଲୋକ ଆହତ ହୋଇଛନ୍ତି ବୋଲି ପରିବହନ ମନ୍ତ୍ରୀ ବିଭୁତି ଜେନା କହିଛନ୍ତି ।