ରାଜ୍ୟରେ ୧୯ ହଜାରରୁ ଅଧିକ ସମ୍ଭାବ୍ୟ ନିଯୁକ୍ତି ସୁଯୋଗ, ସିଙ୍ଗିଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ୨୬ଟି ପ୍ରକଳ୍ପକୁ ଅନୁମୋଦନ

ଭୁବନେଶ୍ୱର: ରାଜ୍ୟରେ ସୃଷ୍ଟି ହେବ ୧୯ ହଜାର ୩୬୪ ସମ୍ଭାବ୍ୟ ନିଯୁକ୍ତି ସୁଯୋଗ । ବୁଧବାର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ବୈଠକରେ ଏହି ନିଷ୍ପତି ନିଆଯାଇଛି । ଏହି ବୈଠକରେ ୨୬ଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଏହି ପ୍ରକଳ୍ପଗୁଡ଼ିକ ୫୯୯୨.୯୨ କୋଟି ଟଙ୍କା ବ୍ୟୟରେ ହେବ । ଏହା ୧୪ ଟି ଜିଲ୍ଲାରେ ଏହା ପ୍ରତିଷ୍ଠା କରାଯିବ ।

ଏହା ଦ୍ୱାରା ୧୯ ହଜାର ୩୬୪ ସମ୍ଭାବ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୩୦ତମ ବୈଠକରେ ଇସ୍ପାତ, ରାସାୟନିକ ପଦାର୍ଥ, ଅକ୍ଷୟ ଶକ୍ତି, ବୟନଶିଳ୍ପ, ଉତ୍ପାଦନ, ପ୍ୟାକେଜିଂ, ଖାଦ୍ୟ ପ୍ରକ୍ରିୟାକରଣ, ଆଇଟି, ଭିତ୍ତିଭୂମି ଏବଂ ପର୍ଯ୍ୟଟନ ସମେତ ବିଭିନ୍ନ କ୍ଷେତ୍ରରେ ରାଜ୍ୟସ୍ତରୀୟ ପ୍ରକଳ୍ପ ପାଇଁ ଏହି ଅନୁମୋଦନ ମିଳିଛି । ଏହା ଦ୍ୱାରା ୧୯ ହଜାର ୩୬୪ ସମ୍ଭାବ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି । ମୟୂରଭଞ୍ଜ, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର, ଗଞ୍ଜାମ, ଜଗତସିଂହପୁର, ଖୋର୍ଦ୍ଧା, ଝାରସୁଗୁଡ଼ା, ବୌଦ୍ଧ, କୋରାପୁଟ, ବାଲେଶ୍ୱର, କଟକ, ଭଦ୍ରକ ଓ ପୁରୀ ଆଦି ୧୪ଟି ଜିଲ୍ଲାରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ ।