କେନ୍ଦ୍ର ସରକାରଙ୍କ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ଶିବିରରେ ୬୩ ଲକ୍ଷରୁ ଅଧିକ ଲୋକ ହେଲେ ଉପକୃତ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କର ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମ ଅଧିନରେ ବର୍ତ୍ତମାନ ସମଗ୍ର ଦେଶରେ ଲୋକମାନଙ୍କୁ ସରକାରଙ୍କର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ସଚେତନ କରିବା ଲାଗି କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି । ପଞ୍ଚାୟତସ୍ତରରୁ ଆରମ୍ଭ କରି ଜିଲ୍ଲାସ୍ତର ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ସହ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ସଚେତନ କରାଯାଉଛି ।

ଗତ ୨୦୨୩ ନଭେମ୍ବର ୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ସଚେତନତା, ଶିକ୍ଷା ଓ ଯୋଗାଯୋଗ ସହିତ ଗ୍ରାମ ପଞ୍ଚାୟତରେ ଆୟୋଜିତ ହେଉଥିବା ସ୍ୱାସ୍ଥ୍ୟ ଶିବିରରେ ଯକ୍ଷ୍ମା, ଉଚ୍ଚ ରକ୍ତଚାପ, ମଧୁମେହ ଆଦି ନିଶୁକ୍ଳ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି । ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ୬୩ ଲକ୍ଷରୁ ଅଧିକ ଲୋକ ସ୍ୱାସ୍ଥ୍ୟ ଶିବିରର ଲାଭ ନେଇସାରିଲେଣି । ଗତ ୧୨ ତାରିଖ ସୁଦ୍ଧା ୨୬ ହଜାର ୭୫୨ରୁ ଅଧିକ ଗ୍ରାମ ପଞ୍ଚାୟତରେ ଆୟୁଷ୍ମାନ କାର୍ଡ ଯୋଜନାରେ ଶତ- ପ୍ରତିଶତ ଉପକୃତ ହୋଇଛନ୍ତି ।

ସେହିପରି ଯକ୍ଷ୍ମା ପାଇଁ ମଧ୍ୟ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି । ଯକ୍ଷ୍ମା ଲକ୍ଷଣ ଥିବା ଲୋକଙ୍କୁ ଉଚ୍ଚ ଚିକିତ୍ସା କେନ୍ଦ୍ରକୁ ପଠାଯାଉଛି । ବର୍ତ୍ତମାନ ସୁଦ୍ଧା ଏହି ଯାତ୍ରା ଅଧିନରେ ୨୬.୪୧ ଲକ୍ଷ ଲୋକଙ୍କୁ ଯକ୍ଷ୍ମା ପରୀକ୍ଷା କରାଯାଇଛି । ବିକଶିତ ଭାରତ ସଂକଳ୍ପ ଯାତ୍ରା ସ୍ୱାସ୍ଥ୍ୟ ଶିବିରରେ ମୁଖ୍ୟତଃ ଆଦିବାସୀ ଜନସଂଖ୍ୟା ଥିବା ଅଞ୍ଚଳରେ ଜନ୍ମରୁ ୪୦ ବର୍ଷ ପର୍ଯ୍ୟନ୍ତ ଲୋକମାନଙ୍କୁ ସ୍କ୍ରିନିଂ କରାଯାଉଛି । ବର୍ତ୍ତମାନ ସୁଦ୍ଧା ୬.୧୨ ଲକ୍ଷ ଅଂଶଗ୍ରହଣକାରୀଙ୍କୁ ଏସସିଡି ପାଇଁ ସ୍କ୍ରିନିଂ କରାଯାଇଛି । ଲୋକମାନେ ଉଚ୍ଚ ରକ୍ତଚାପ ଏବଂ ମଧୁମେହ ପରୀକ୍ଷା କରାଯାଉଛି । ପଜିଟିଭ୍ ଚିହ୍ନଟ ହେଲେ ସେମାନଙ୍କୁ ଉପଚାର ପାଇଁ ଚିକିତ୍ସା କେନ୍ଦ୍ରକୁ ପଠାଯାଉଛି ।