କଲେଜ-ୟୁନିଭର୍ସିଟିରେ ହେବ ସକାଳୁଆ ପାଠପଢା, ଉଚ୍ଚଶିକ୍ଷା ବିଭାଗର ବଡ଼ ନିର୍ଦ୍ଦେଶ

ଏଣିକି ସକାଳୁଆ ହେବ କଲେଜ- ୟୁନିଭର୍ସିଟି

ଭୁବନେଶ୍ୱର: ଉଚ୍ଚଶିକ୍ଷାନୁଷ୍ଠାନ ସକାଳୁଆ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। କଲେଜ- ୟୁନିଭର୍ସିଟିରେ ସକାଳୁଆ ହେବ ପାଠପଢା। ମାର୍ଗଦର୍ଶିକା ଜାରି କଲା ଉଚ୍ଚଶିକ୍ଷା ବିଭାଗ। ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ବିଭାଗ ପକ୍ଷରୁ ଏସଓପି ଜାରି କରାଯାଇଛି।

ପ୍ରଚୁର ପାନୀୟ ଜଳ, ଓଆରଏସ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। କଲେଜ, ପରୀକ୍ଷା କେନ୍ଦ୍ରରେ ଫାଷ୍ଟ ଏଡ କିଟ୍ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଜାରି କରାଯାଇଛି। ଏସଓପି ପାଳନର ତଦାରଖ ପାଇଁ ସ୍କ୍ୱାଡ ଗଠନ ହେବ। ଏ ନେଇ ୟୁନିଭର୍ସିଟିର କୂଳସଚିବ ଓ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଲା ଉଚ୍ଚଶିକ୍ଷା ବିଭାଗ।