fbpx

ମା’ ଚାହିଲେ ସନ୍ତାନକୁ ଦେଇପାରିବେ ଦ୍ୱିତୀୟ ସ୍ୱାମୀଙ୍କ ଉପନାମ: ସୁପ୍ରିମକୋର୍ଟ

ନୂଆଦିଲ୍ଳୀ: ସୁପ୍ରିମକୋର୍ଟ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଯେଉଁଥିରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦି କୌଣସି ମହିଳାଙ୍କ ସ୍ୱାମୀଙ୍କ ମୃତ୍ୟୁ ହେଉଛି ଏବଂ ସେ ଦ୍ୱିତୀୟ ବିବାହ କରୁଛନ୍ତି ତେବେ ସେ ତାଙ୍କ ପ୍ରଥମ ସ୍ୱାମୀଙ୍କ ଠାରୁ ହୋଇଥିବା ସନ୍ତାନକୁ ନିଜ ଦ୍ୱିତୀୟ ସ୍ୱାମୀଙ୍କ ନାମ ଦେଇପାରିବେ ।

ପ୍ରକୃତରେ ଏହି ମାମଲା ଆନ୍ଧ୍ର ପ୍ରଦେଶର । ଏଠାରେ ଜଣେ ମହିଳାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଯାଇଥିଲା । ସେତେବେଳେ ତାଙ୍କ ସନ୍ତାନ କେବଳ ଅଢ଼େଇ ମାସର ଥିଲା । ପରେ ସେହି ମହିଳା ଏୟାରଫୋର୍ସର ଜଣେ ଅଧିକାରୀଙ୍କ ସହ ବିବାହ କରିଥିଲେ । ଏବେ ପ୍ରଶ୍ନ ଉଠିଥିଲା ଯେ ପ୍ରଥମ ସ୍ୱାମୀଙ୍କ ଠାରୁ ହୋଇଥିବା ସନ୍ତାନର କ’ଣ ହେବ । ମହିଳାଙ୍କ ପ୍ରଥମ ସ୍ୱାମୀଙ୍କ ଘରଲୋକ ନିଜ ପାଖରେ ପିଲାଟିକୁ ରଖିବାକୁ ଚାହୁଥିଲେ, ଏହା ସହ ପିଲାକୁ ନିଜ ସ୍ୱର୍ଗୀୟ ପୁଅର ଉପନାମ ଦେବାକୁ ଚାହୁଥିଲେ ।

କିନ୍ତୁ ସୁପ୍ରିମକୋର୍ଟ ନିର୍ଣ୍ଣୟ ଶୁଣାଇଛନ୍ତି ଯେ ପିଲାର ଯତ୍ନ ଜେଜେ ବାପା ଜେଜେ ମା’ ଙ୍କ ଅପେକ୍ଷା ନିଜ ମା’ ହିଁ ନେଇପାରିବେ । ଏଥିପାଇଁ ପିଲା ମା’ ଏବଂ ଦ୍ୱିତୀୟ ପତିଙ୍କ ପାଖରେ ରହିବ । ସୁପ୍ରିମକୋର୍ଟ ଆହୁରି କହିଛନ୍ତି ଯେ ପିଲାକୁ ନିଜ ମା’ର ଦ୍ୱିତୀୟ ସ୍ୱାମୀଙ୍କ ଉପନାମ ମଧ୍ୟ ଦିଆଯାଇପାରିବ । ଏହା ମା’ ର ଅଧିକାର ଯେ ସେ ନିଜ ପିଲାକୁ ନିଜ ଦ୍ୱିତୀୟ ସ୍ୱାମୀର ଉପନାମ ଦେଇପାରନ୍ତି । ଏହାଦ୍ୱାରା ଶିଶୁ ଏବଂ ଦ୍ୱତୀୟ ପିତା ମଧ୍ୟରେ ଭଲ ସଂପର୍କ ସୃଷ୍ଟି ହେବ ।

ସୁପ୍ରିମକୋର୍ଟ ଆହୁରି କହିଛନ୍ତି ଯେ ପିଲାକୁ ଦ୍ୱିତୀୟ ସ୍ୱାମୀ ପୋଷ୍ୟ ସନ୍ତାନ ଭାବରେ ମଧ୍ୟ ଗ୍ରହଣ କରିପାରିବେ । ଏହାଦ୍ୱାରା ପିଲାକୁ ଅଭିଭାବକର ମାନ୍ୟତା ମିଳିପାରିବ । ସୁପ୍ରିମକୋର୍ଟ କହିଛନ୍ତି ଯେ ପିଲାର ସବୁ ଦସ୍ତାବେଜ୍ ତାଙ୍କର ଦ୍ୱିତୀୟ ବାପାଙ୍କ ନାମରେ ରହିବ ନାହିଁ । ଦସ୍ତାବେଜରେ ପ୍ରଥମ ବାପାଙ୍କ ନାମ ରହିବା ଦ୍ୱାରା ପିଲାକୁ ମାନସିକ ସ୍ତରରେ ବହୁତ ନକରାତ୍ମକ ପ୍ରଭାବ ପଡ଼ିବ ।

Get real time updates directly on you device, subscribe now.