fbpx

୨ ଝିଅଙ୍କୁ ଧରି ଛାତରୁ ଡେଇଁଲା ମା’; କାରଣ ଅସ୍ପଷ୍ଟ, ପୋଲିସର ତଦନ୍ତ ଜାରି

Advertisement

ଝାରସୁଗୁଡ଼ା: ଝାରସୁଗୁଡ଼ାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଟାଉନ ଥାନା ଗୁଆଳପଡ଼ା ସ୍ଥିତ ଏକ ଭଡ଼ା ଘର ଛାତରୁ ୨ ଝିଅଙ୍କୁ ଧରି ମା’ ଡେଇଁବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗୁରୁତର ଅବସ୍ଥାରେ ମା’ ଓ ଦୁଇ ଝିଅଙ୍କୁ ମେଡିକାଲରେ ଭର୍ତ୍ତି କରାଇଥିବା ଜଣାପଡ଼ିଛି । ତେବେ ଏହି ଘଟଣା ପଛର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.