(BREAKING) ମାଛ ମୁଣ୍ଡ ପାଇଁ ହତ୍ୟାକାଣ୍ଡ, ଯୁବକଙ୍କୁ ମାରି ବୁଦା ଭିତରେ ଫୋପାଡ଼ି ଦେଲେ ଅଭିଯୁକ୍ତ

ହତ୍ୟାକାଣ୍ଡର ୫ ଦିନ ପରେ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ।

ଖଲ୍ଲିକୋଟ: ମାଛ ମୁଣ୍ଡ ନେଲା ଜୀବନ।  ଖାଇବା ବେଳେ ମାଛ ମୁଣ୍ଡ ନଦେବାରୁ ରୋଷେୟାକୁ ହତ୍ୟା। କେବଳ ସେତିକି ନୁହେଁ ହତ୍ୟା କରି ରୋଷେୟାକୁ ବିଲ ଭିତରେ ଥିବା ଏକ ଲଟାବୁଦା ମଧ୍ୟରେ ଫିଙ୍ଗି ଦେଇଥିଲେ।

ଘଟଣାଟି ଅଗଷ୍ଟ ୨୭ ତାରିଖରେ ଘଟିଥିଲା। ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର ଉପକଣ୍ଠ ପାଣ୍ଡିଆଛକ ନିକଟସ୍ଥ ଏକ ଲଟାବୁଦା ଭିତରୁ ଯୁବକଙ୍କ ଗଳିତ ମୃତଦେହ ବୁଧବାର ଦିନ ପୋଲିସ ଉଦ୍ଧାର କରିଥିଲା।

ଏହାକୁ ନେଇ ପୁରୁଷୋତ୍ତମପୁର ଏସଡିପିଓ ସୁଜିତ କୁମାର ନାୟକ ଓ ଆଇଆଇସି ରାଜେଶ କୁମାର ନାୟକ ଘଟଣାସ୍ଥଳକୁ ଯାଇ ଏହାର ପାରିପାର୍ଶିକ ସ୍ଥିତିକୁ ଦେଖି ଏହାଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ଘଟିଥିବାର ନେଇ ସନ୍ଦେହ କରିଥିଲେ। ଯାହାର ପ୍ରକୃତ ସତ ଏବେ ସାମ୍ନାକୁ ଆସିଲା।

ତଦନ୍ତରୁ ଜଣା ପଡିଲା କି ଏହା ପୁରୁଷୋତ୍ତମପୁର-ବ୍ରହ୍ମପୁର ମୁଖ୍ୟରାସ୍ଥାର ପାଣ୍ଡିଆ ଛକ ନିକଟରେ ଥିବା ଋଷିକୁଲ୍ୟା ନଦୀର ବ୍ରିଜ ମରାମତି କାର୍ଯ୍ୟ ହରକୁଲସଷ୍ଟକଚର ସିଷ୍ଟମ ନାମକ ଏକ ସଂସ୍ଥା ପକ୍ଷରୁ କରାଯାଉଥିବାବେଳେ ଏଥିରେ ଶ୍ରମିକ ଭାବରେ ପଶ୍ଚିମ ବଙ୍ଗର କିଛି ବ୍ୟକ୍ତି କାର୍ଯ୍ୟକରୁଥିଲେ।

ଏହି ସମୟରେ ଗତ ରବିବାର ରାତିରେ ସେମାନଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡା ହୋଇଥିଲା। ଏହି କାରଣରୁ ଜଣେ ଶ୍ରମିକଙ୍କୁ ଅନ୍ୟକିଛି ଶ୍ରମିକ ମିଶି ମାରଣାସ୍ତ୍ରରେ ଆକ୍ରମଣ ସହ ହତ୍ୟାକରି ରାସ୍ଥା କଡ଼ରେ ଥିବା ଲଟାବୁଦା ମଧ୍ୟରେ ଫୋପାଡିଦେଇ ଫେରାର ହୋଇଯାଇଥିଲେ। ଏବେ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ।