fbpx

ନବାବ ମଲିକଙ୍କ ବିଗିଡିଲା ସ୍ୱାସ୍ଥ୍ୟବସ୍ଥା, ଆଇସିୟୁକୁ ହେଲେ ସିଫ୍ଟ

ମୁମ୍ବାଇ : ଅଣ୍ଡରୱାଲ୍ଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ର ଗ୍ୟାଙ୍କ ଓ ସମ୍ପର୍କୀୟଙ୍କ ଠାରୁ ଜମି କିଣିବା ସମ୍ପର୍କିତ ମନି ଲଣ୍ଡ୍ରିଂ କେସ୍‌ରେ ଗିରଫ ହୋଇଥିବା ନବାବ ମଲିକଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ଗୁରୁତର ରହିଛି ।  ତାଙ୍କୁ ଜେଜେ ହସ୍ପିଟାଲର ଆଇସିୟୁକୁ ସିଫ୍ଟ କରାଯାଇଛି । ବ୍ଲଡ୍‌ ପ୍ରେସର୍‌ କମିବା ସହ ପେଟ ସମସ୍ୟା ଦେଖାଦେବା ଯୋଗୁଁ ସୋମବାର ସକାଳେ ତାଙ୍କୁ ଜେଜେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ମୁମ୍ବାଇର ଏକ ବିଶେଷ ଅଦାଲତରେ ତାଙ୍କ ଓକିଲ ଦର୍ଶାଇଛନ୍ତି କି ମଲିକଙ୍କ ସ୍ୱାସ୍ଥ୍ୟବସ୍ଥା ଅତ୍ୟନ୍ତ ଖରାପ ରହିଛି । ତାଙ୍କୁ ମେଡିକାଲ ଗ୍ରାଉଣ୍ଡ ଆଧାରରେ ଜାମିନ୍‌ ମିଳିବା ଉଚିତ୍‌ । ଖରାପ ସ୍ୱାସ୍ଥ୍ୟବସ୍ଥା ଦର୍ଶାଇ ନବାବ ପିଏମ୍‌ଏଲ୍‌ଏ ଅଦାଲତରେ ଜାମିନ ଆବେଦନ କରିଥିଲେ । ତେବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏହାକୁ ବିରୋଧ କରିଥିଲା ।

Get real time updates directly on you device, subscribe now.