fbpx

୧୦ମ ପାସ୍ କରିଥିବା ପ୍ରାର୍ଥୀଙ୍କ ପାଇଁ NABARDରେ ନିଯୁକ୍ତି ସୁଯୋଗ, ଜାଣନ୍ତୁ ଆୟୁ ସୀମା ଓ ଅବେଦନ ଶୁଳ୍କ

ନୂଆଦିଲ୍ଲୀ: ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର । ନ୍ୟାସନାଲ ବ୍ୟାଙ୍କ ଫର୍ ଏଗ୍ରିକଲଚର ଆଣ୍ଡ୍ ରୁରାଲ ଡେଭେଲପମେଣ୍ଟ(NABARD) ଏହାର ଅଫିସ ଆଟେଣ୍ଡାଣ୍ଟ୍ ପଦବୀ ପାଇଁ ଆବେଦନ ଆହ୍ୱାନ କରିଛି । ଇଚ୍ଛୁକ ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟ୍ nabard.orgକୁ ଯାଇ ଅନଲାଇନ୍ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ହେଉଛି ଅକ୍ଟୋବର ୨୧ । ସେହିପରି ନଭେମ୍ବର ୨୧ରେ ଅନଲାଇନ୍ ପରୀକ୍ଷା ହେବ ।

ନାବାର୍ଡ଼ ମୋଟ୍ ୧୦୮ଟି ଅଫିସ ଆଟେଣ୍ଡାଣ୍ଟ୍ ପଦବୀ ପୂରଣ ପାଇଁ ଆବେଦନ ଆହ୍ୱାନ କରିଛି । ପ୍ରାର୍ଥୀ ଜଣଙ୍କ କୌଣସି ମାନ୍ୟତାପ୍ରାପ୍ତ ବୋର୍ଡ଼ରୁ ୧୦ମ(ଏସଏସସି/ମାଟ୍ରିକ) ପାସ୍ କରିଥିବେ । ଏକ୍ସ ସର୍ଭିସମ୍ୟାନ ୧୦ମ ପାସ୍ କରିବା ସହ ପ୍ରତିରକ୍ଷା ସେବାରେ ୧୫ ବର୍ଷର ଅଭିଜ୍ଞତା ରହିବା ଆବଶ୍ୟକ । ଏହି ସର୍ତ୍ତ କେବଳ ସେହି ସୈନିକମାନଙ୍କ ପାଇଁ ପ୍ରାଯୁଜ୍ୟ ଯେଉଁମାନେ ସଶସ୍ତ୍ର ବାହିନୀରେ ସ୍ନାତକ ଡିଗ୍ରୀ ହାସଲ କରିପାରିନାହାଁନ୍ତି ।

ଆୟୁ ସୀମା ଓ ଆବେଦନ ଶୁଳ୍କ

ଅଫିସ ଆଟେଣ୍ଡାଣ୍ଟ୍ ପଦବୀ ପାଇଁ ପ୍ରାର୍ଥୀ ଜଣଙ୍କ ସର୍ବନିମ୍ନ ବୟସ ୧୮ ବର୍ଷ ଏବଂ ସର୍ବାଧିକ ୩୦ ବର୍ଷ ହେବା ଉଚିତ । ତେବେ SC/ST/OBC/Ex- servicemen ଏବଂ ଦିବ୍ୟାଙ୍ଗଙ୍କ ପାଇଁ ଆୟୁ ସୀମାରେ ରିଲାକ୍ସେସନ୍ କରାଯାଇଛି । ଆବେଦନ ଶୁଳ୍କ ବାବଦକୁ ପ୍ରାର୍ଥୀଙ୍କୁ ୫୦୦ ଟଙ୍କା ଦେବାକୁ ପଡ଼ିବ । SC/ST/Ex- servicemen ଏବଂ ଦିବ୍ୟାଙ୍ଗ ବର୍ଗ ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ୧୫୦ ଟଙ୍କା ଧାର୍ଯ୍ୟ କରାଯାଇଛି ।

Get real time updates directly on you device, subscribe now.