NADAର ବଡ଼ କାର୍ଯ୍ୟାନୁଷ୍ଠାନ, ଭାରତର ଷ୍ଟାର କୁସ୍ତିଯୋଦ୍ଧା ବଜରଂଗ ପୁନିଆ ୪ ବର୍ଷ ପାଇଁ ନିଲମ୍ବିତ, ସାମ୍ନାକୁ ଆସିଲା କାରଣ
ନୂଆଦିଲ୍ଲୀ: ନ୍ୟାସନାଲ ଆଣ୍ଟି ଡୋପିଂ ଏଜେନ୍ସି(NADA) ଭାରତର ଷ୍ଟାର କୁସ୍ତିଯୋଦ୍ଧା ତଥା ଟୋକିଓ ଅଲିମ୍ପିକ୍ସ କାଂସ୍ୟ ପଦକ ବଜରଂଗ ପୁନିଆଙ୍କୁ ୪ ବର୍ଷ ପାଇଁ ନିଲମ୍ବିତ କରିଛି । ଚଳିତ ବର୍ଷ ମାର୍ଚ୍ଚ ୧୦ ତାରିଖରେ ଡୋପ ଟେଷ୍ଟ ପାଇଁ ସେ ନମୁନା ଦେବାକୁ ମନା କରିଦେଇଥିଲେ । ଏଥିପାଇଁ NADAକୁ ବଜରଂଗ ପୁନିଆଙ୍କ ନିଲମ୍ବନ ନିଷ୍ପତ୍ତି ନେବାକୁ ପଡ଼ିଲା । ଏହି ନିଲମ୍ବନ NADAର ଆଣ୍ଟି ଡୋପିଂ ନିୟମର ଧାରା ୧୦.୩.୧କୁ ଉଲ୍ଲଂଘନ କରୁଛି ।
ନ୍ୟାସନାଲ ଆଣ୍ଟି ଡୋପିଂ ଏଜେନ୍ସି ପ୍ରଥରେ ଏପ୍ରିଲ ୨୩, ୨୦୨୪ରେ ସାମୟିକ ନିଲମ୍ବନ ଲାଗୁ କରିଥିଲା । ଏହା ପରେ ବିଶ୍ୱ ରେସଲିଂ ଶାସକ ଦଳ(UWW) ମଧ୍ୟ ବଜରଂଗଙ୍କୁ ନିଲମ୍ବିତ କରିଥିଲା । ଅସ୍ଥାୟୀ ନିଲମ୍ବନ ବିରୋଧରେ ବଜରଂଗ ଆବେଦନ କରିଥିଲେ । NADAର ଅନୁଶାସନ ଡୋପିଂ ପାନେଲ(ADDP) ମେ ୩୧ରେ ଏହାକୁ ପ୍ରତ୍ୟାହାର କରିଥିଲେ । ଏହା ପରେ NADA କୁସ୍ତିଯୋଦ୍ଧାଙ୍କୁ ଜୁନ ୨୩ରେ ଏକ ନୋଟିସ୍ ପଠାଇଥିଲେ । ଜୁଲାଇ ୧୧ରେ ବଜରଂଗ ଏହି ଅଭିଯୋଗକୁ ଚ୍ୟାଲେଞ୍ଜ କରିଥିଲେ ଯାହା ପରେ ସେପ୍ଟେମ୍ବର ୨୦ ଏବଂ ଅକ୍ଟୋବର ୪ରେ ଶୁଣାଣି ହୋଇଥିଲା । ଏହି ନିଲମ୍ବନ ସମୟରେ ବଜରଂଗ କୌଣସି କୁସ୍ତି ପ୍ରତିଯୋଗିତା କିମ୍ବା ଆନ୍ତର୍ଜାତିକ କୋଚିଂ ଭୂମିକା ତୁଲାଇପାରିବେ ନାହିଁ । ADDP ସ୍ପଷ୍ଟ କରିଥିଲା, ‘ବଜରଂଗଙ୍କ ନିଲମ୍ବନ ସମୟ ମେ ୩୧, ୨୦୨୪ରୁ ଜୁନ୍ ୨୧, ୨୦୨୪ ପର୍ଯ୍ୟନ୍ତ ସାମୟିକ ନିଲମ୍ବନକୁ ୪ ବର୍ଷରେ ଅଯୋଗ୍ୟତାର ମୋଟ୍ ଅବଧି ମଧ୍ୟରେ ଅନ୍ତର୍ଭୂକ୍ତ କରାଯିବ ନାହିଁ ।’
ଅପରପକ୍ଷରେ ବଜାରଂଗ ଯୁକ୍ତି କରିଛନ୍ତି କି ତାଙ୍କ ମନା କରିବା ଉଦ୍ଦେଶ୍ୟମୂଳକ ନଥିଲା ବରଂ NADAର ପ୍ରକ୍ରିୟାରେ ଅଭାବ ହେତୁ ଏପରି ହୋଇଛି । ସେ ଏକ ଉଦାହରଣ ଦେଇ କହିଥିଲେ କି ନମୁନା ପରୀକ୍ଷା ପାଇଁ ତାଙ୍କୁ ଏକ୍ସପାୟର କିଟ୍ ପ୍ରଦାନ କରାଯାଉଥିଲା । ସେ ଆହୁରି ମଧ୍ୟ କହିଛନ୍ତି କି ପୂର୍ବତନ ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ(WFI) ବ୍ରିଜ୍ ଭୂଷଣ ଶରଣ ସିଂହଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନରେ ସାମିଲ ହେବା ପରେ ସ୍ଥିତି ଆହୁରି ବିଗିଡ଼ିଯାଇଛି । ଅପରପକ୍ଷରେ NADA କହିଛି କି କୁସ୍ତିଯୋଦ୍ଧା ଜଣଙ୍କ ଉଦ୍ଦେଶ୍ୟମୂଳକ ଭାବେ ପରିସ୍ରା ନମୁନା ପ୍ରଦାନ କରିନଥିଲେ । ଏହା ବାଦ୍ ୨୦୨୧ ନିୟମର ଧାରା ୨୦.୧ ଏବଂ ୨୦.୨ରେ ବର୍ଣ୍ଣିତ ଆଣ୍ଟି ଡୋପିଂ ଦାୟିତ୍ୱ ପ୍ରତି ଅବମାନନା ପ୍ରଦର୍ଶନ କରିଥିଲେ ।