ୱାଶିଂଟନ୍: ମହାକାଶକୁ ନୂଆ ସାଟେଲାଇଟ୍ ପଠାଇଲା ନାସା । ଚନ୍ଦ୍ରପୃଷ୍ଠରେ ପାଣିର ସନ୍ଧାନ କରିବ ନାସା ଉପଗ୍ରହ ।
ଆମେରିକା ମହାକାଶ ବିଜ୍ଞାନ ଗବେଷଣା କେନ୍ଦ୍ର ପକ୍ଷରୁ ଏହାର ପରୀକ୍ଷଣ କରାସରିଛି । ଯାହାର ନାଁ ରହିଛି ଟ୍ରେଲବ୍ଲେଜର ।
ଉଭୟ ସ୍ପେସଏକ୍ସ ଫାଲକୋନ୯ ରକେଟରୁ ଆଇଏମ୍୨ ସହିତ ଏହି ସାଟେଲାଇଟ ଉତକ୍ଷେପଣ କରାଯିବ ।
ବୁଧବାର ସନ୍ଧ୍ୟାରେ ଏହି ସାଟେଲାଇଟ୍ ଉତକ୍ଷେପଣ କରିଛି ନାସା । ପାଖାପାଖି ୨ ବର୍ଷ ପର୍ଯ୍ୟନ୍ତ ଏହି ସାଟେଲାଇଟ୍ ଚନ୍ଦ୍ର ପୃଷ୍ଠରେ ରହି ପାଣିର ସନ୍ଧାନ ଖୋଜିବ ।
ସାଟେଲାଇଟ୍ ଚନ୍ଦ୍ର ପୃଷ୍ଠରେ ପାଣି ଖୋଜିବାରେ ସକ୍ଷମ ହେବ ବୋଲି ଆଶାୟୀ ଅଛନ୍ତି ନାସା ବୈଜ୍ଞାନିକମାନେ ।