fbpx

ଆଜିଠାରୁ ‘ନାଟ୍ୟଧାରା’ ମହୋତ୍ସବ, ୬ ଦିନ ଯାଏଁ ପରିବେଷଣ ହେବ ବିଭିନ୍ନ ନାଟକ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ୨୦୨୧ ଅପ୍ରେଲ ମାସରୁ ବନ୍ଦ ଥିବା ମାସିକ ନାଟକ କାର୍ଯ୍ୟକ୍ରମ ‘ନାଟ୍ୟଧାରା’, ଓଡ଼ିଶା ସଂଗୀତ ନାଟକ ଏକାଡେମୀ, ଓଡ଼ିଶା ସରକାର ଓ ଓଡ଼ିଶା ନାଟ୍ୟସଂଘର ମିଳିତ ଆନୁକୂଲ୍ୟରେ ପୁଣିଥରେ ଭଞ୍ଜକଳା ମଣ୍ଡପରେ ମଇ ୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହି ନାଟ୍ୟ ମହୋତ୍ସବ ମଇ ୧ ରୁ ଆରମ୍ଭ ହୋଇ ମଇ ୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ୬ ଦିନିଆ ମହୋତ୍ସବର ପ୍ରଥମ ସନ୍ଧ୍ୟାରେ ରାଗେଶ୍ରୀ ନିଳୟମ୍‌, ନୟାଗଡ଼ର ନାଟକ ‘ରିଲେରେସ୍‌’, ଦ୍ୱିତୀୟ ସନ୍ଧ୍ୟାରେ ପଞ୍ଚଧ୍ୱନି ନାଟ୍ୟ ପରିଷଦ, ଭୁବନେଶ୍ୱରର ନାଟକ ‘ଗୋଟିଏ କାହାଣୀ’, ତୃତୀୟ ସନ୍ଧ୍ୟାରେ ଅଜିତ୍‌ ନାଟ୍ୟାନୁଷ୍ଠାନ, ଭୁବନେଶ୍ୱରର ନାଟକ ‘ଏନ୍‌.ଏଚ-୩୧୬’, ଚତୁର୍ଥ ସନ୍ଧ୍ୟାରେ ମଞ୍ଚ ପ୍ରଦୀପ, ଭୁବନେଶ୍ୱରର ନାଟକ ‘ଶାନ୍ତି ଅପହରଣ ପରେ’, ପଞ୍ଚମ ସନ୍ଧ୍ୟାରେ ସଂକଳ୍ପ, ରାଉରକେଲାର ନାଟକ ‘ଅନୁଭବର ଈଶ୍ୱର’ ଓ ଶେଷ ସନ୍ଧ୍ୟାରେ ନୂୁର, ବାରିଦା ପରିବେଷଣ କରିବେ ‘ନାଟକ ଶୂନ୍ୟ ଇଲାକାର ପକ୍ଷୀ’ ।

ତତ୍‌ ସହିତ ମଇ ୩୧ ତାରିଖରେ ରବୀନ୍ଦ୍ର ମଣ୍ଡପଠାରେ ସ୍ରଷ୍ଟା, ବାଲେଶ୍ୱର ଓ ଜୁନ୍‌ ୧୯ତାରିଖ ରବିନ୍ଦ୍ର ମଣ୍ଡପଠାରେ ନବଜୀବନ, ସୁନ୍ଦରଗଡ଼ ନାଟ୍ୟଧାରା ନାଟକ ପ୍ରଦର୍ଶନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଭଞ୍ଜକଳା ମଣ୍ଡପଠାରେ ଜୁନ୍‌ ୧ ତାରିଖରେ ନାଟ୍ୟମ୍‌ ଅନୁଗୋଳ, ଜୁନ୍‌ ୨ ତାରିଖରେ ଆମେ ବଞ୍ଚିଛୁ, ତାଳଚେର ଓ ଜୁନ୍‌ ୩ ତାରିଖରେ ନଟରାଜ କଳା ପରିଷଦ, ଭଦ୍ରକ ନାଟ୍ୟସଂସ୍ଥା ନାଟ୍ୟଧାରା ନାଟକ ପରିବେଷଣ କରିବେ । ଓଡ଼ିଶା ନାଟ୍ୟସଂଘର ସଭାପତି ହରେନ୍‌ ସାହୁ ଓ ସମ୍ପାଦକ ଶୁଭକାନ୍ତ ପାଢୀ ଏହି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.