ପ୍ୟାରୀଙ୍କୁ ରାଜନୈତିକ ହତ୍ୟା କରାଯାଇଛି… ଓଡ଼ିଶାବାସୀଙ୍କ ଆଗରେ ଡ୍ରାମା କରୁଛନ୍ତି ନବୀନ ବାବୁ

ଭୁବନେଶ୍ୱର: ବିଜେଡିରେ ଦେଖାଯାଇଥିବା ଭିତିରି କନ୍ଦଳ ପାଇଁ ନବୀନ ବାବୁଙ୍କୁ ଟାର୍ଗେଟ କରିଛନ୍ତି ଭାଜପା ବିଧାୟକ ବାବୁ ସିଂ ।

ଓଡ଼ିଶାବାସୀଙ୍କ ସହ ନବୀନ ବାବୁ ଡ୍ରାମା କରୁଥିବା କହିଲେ ବାବୁ ସିଂ । ସମସ୍ତ ଏପିସୋଡର ନାୟମକ ନବୀନ , ଖଳନାୟକ ମଧ୍ୟ ନବୀନ ବାବୁ ।

ଡାଇରେକ୍ଟର, ପ୍ରଡ୍ୟୁସର ନିଜେ ଏବଂ ଆକ୍ଟର ବି ସେ ନିଜେ ବୋଲି କଟାକ୍ଷ କରି କହିଛନ୍ତି, ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ ।

ନବୀନ ବାବୁଙ୍କ ନିର୍ଦ୍ଦେଶରେ ଓ ଜଣାତରେ ସବୁ କିଛି ହେଉଛି । ଯେତେବେଳେ ଦରକାର ପଡ଼ୁଛି ପାଣ୍ଡିଆନ୍ ଗୋ ବ୍ୟାକ୍ କରାଯାଉଛି ।

ଆଉ କେତେବେଳେ ଦରକାର ପଡ଼ୁଛି ସପକ୍ଷରେ ବାହାର କରୁଛନ୍ତି । କେତେବେଳେ କହିବେ ମୁଁ କରିନି, ପାଣ୍ଡିଆନ କରିଦେଲା, ବାହାର କଲି ।

ଅତୀତରେ ବିଜୟ, ରାମକୃଷ୍ଣ, ନଳିନୀ, କମଳା, ଦିଲୀପଙ୍କୁ କରିଛନ୍ତି । ପ୍ୟାରୀଙ୍କୁ ମଧ୍ୟ ରାଜନୈତିକ ହତ୍ୟା କରିଛନ୍ତି ନବୀନ ବାବୁ ।