ନୟାଗଡ଼: ଘର ଭିତରୁ ଫରେଷ୍ଟରଙ୍କ ଦରପୋଡ଼ା ମୃତ ଦେହ ମିଳିଛି । ମୃତକ ଜଣକ ପଞ୍ଚରିଡ଼ା ଫରେଷ୍ଟର ଶିଶିର ସାହୁ ବୋଲି ଜଣାପଡ଼ିଛି ।
ବାରମାସୀ ଦଣ୍ଡା ସ୍ଥିତ ଘରୁ ଅଧପୋଡ଼ା ଅବସ୍ଥାରେ ମୃତଦେହ ପାଇଛି ପୋଲିସ । ହତ୍ୟା କିମ୍ବା ଆତ୍ମହତ୍ୟା ପାଇଁ ଫରେଷ୍ଟରଙ୍କ ମୃତ୍ୟୁ ଘଟିଛି ତାହା ଜଣାପଡ଼ି ନାହିଁ ।
ଘଟଣାକୁ ନେଇ ପୋଲିସର ଛାନଭିନ୍ ଆରମ୍ଭ । ମୃତ ଶିଶିରଙ୍କ ପତ୍ନୀ ନିଆଁ ପୋଡ଼ି ହୋଇ ଆହତ ହୋଇଛନ୍ତି । ଚିକିତ୍ସା ପାଇଁ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଘରର ଆସବାବପତ୍ର ସବୁ ଜଳି ନଷ୍ଟ ହୋଇଯାଇଛି । ପୋଲିସର ସ୍ୱତନ୍ତ୍ର ଟିମ ଘଟଣା ଯାଞ୍ଚ ଆରମ୍ଭ କରିଛି ।