fbpx

NEET ପେପର ଲିକ୍ ମାମଲା: ୨ ଅଭିଯୁକ୍ତଙ୍କୁ ଗିରଫ କଲା CBI

ନୂଆଦିଲ୍ଲୀ: ନୀଟ୍ ପେପର ଲିକ୍ ମାମଲାରେ ଆଜି CBI କୁ ମିଳିଛି ବଡ଼ ସଫଳତା । ନୀଟ୍ ପେପର ଚୋରି କରିବା ଏବଂ ଏହାକୁ ବାଣ୍ଟିବା ଅଭିଯୋଗରେ ପୁଣି ୨ ଜଣ ଅଭିଯୁକ୍ତଙ୍କୁ CBI ଗିରଫ କରିଛି । ଏହି ଦୁଇ ଅଭିଯୁକ୍ତ ହେଉଛନ୍ତି ପାଟନାର ପଙ୍କଜ କୁମାର ଏବଂ ହାଜିରାବାଗ, ଝାଡ଼ଖଣ୍ଡର ରାଜୁ ସିଂହ ।

ସୂଚନାରୁ ପ୍ରକାଶ ପଙ୍କଜ ହେଉଛନ୍ତି ଜଣେ ସିଭିଲ ଇଞ୍ଜିନିୟର । ହାଜିରାବାଗ ଟ୍ରଙ୍କରୁ ସେ ନୀଟ୍ ପେପର ଚୋରି କରିଥିଲେ ଏବଂ ନିଜ ଗ୍ୟାଙ୍ଗକୁ ବାଣ୍ଟିଥିଲେ । ଏହି କାମରେ ରାଜୁ ସହଯୋଗ କରଥିଲେ । ନୀଟ୍ ପେପର ଚୋରି ମାମଲାର ମାଷ୍ଟରମାଇଣ୍ଡ ହେଉଛନ୍ତି ପଙ୍କଜ । ପୂର୍ବରୁ ପାଟନା ପୋଲିସ ଏହି ମାମଲାରେ ସମ୍ପୃକ୍ତ ଥିବା ୧୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ବର୍ତ୍ତମାନ ସିବିଆଇ ସେମାନଙ୍କୁ କଷ୍ଟଡିକୁ ନେଇ ପଚରାଉଚରା ଜାରି ରଖିଛି । କହିରଖୁଛୁ ସୁପ୍ରିମକୋର୍ଟରେ ନୀଟ୍ ପେପର ଲିକର ପରବର୍ତ୍ତୀ ଶୁଣାଣି ଜୁଲାଇ ୧୮ରେ ହେବ ।

Get real time updates directly on you device, subscribe now.