ଭୁବନେଶ୍ୱର,୨୩ ।୧(ଓଡିଶା ଭାସ୍କର): ଆଜି ହେଉଛି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୩ତମ ଜୟନ୍ତୀ । ସ୍ୱାଧୀନତା ସଂଗ୍ରାମରେ ସୁଭାଷଙ୍କ ବଳିଦାନକୁ ଆଜି ବି ମନେ ପକାଉଛି ସାରା ଦେଶ । ଓଡିଶାର ବୀର ସନ୍ତାନ ନେତାଜୀଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳୀ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ କହିଛନ୍ତି ଯେ, ଅଦମ୍ୟ ସାହସ, ବୀରତ୍ୱ ଓ ଦେଶପ୍ରେମ ପାଇଁ ନେତାଜୀ ସର୍ବଦା ସ୍ମରଣୀୟ ହୋଇ ରହିବେ । ଦେଶର ସ୍ୱାଧୀନତା ସହ ସାଧାରଣ ଆଦିବାସୀ ଜନତାଙ୍କ ହକ୍ ଓ ଅଧିକାରର ସୁରକ୍ଷା ପାଇଁ ତାଙ୍କ ସଂଗ୍ରାମ ସର୍ବଦା ଆମକୁ ପ୍ରେରଣା ଯୋଗାଇବ।’
ଓଡ଼ିଶାର ବୀର ସନ୍ତାନ, ମହାନ ସ୍ଵାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି। ତାଙ୍କ ଅଦମ୍ୟ ସାହସ, ବୀରତ୍ୱ ଓ ଉତ୍ସର୍ଗୀକୃତ ଦେଶପ୍ରେମ ପାଇଁ ସେ ସର୍ବଦା ସ୍ମରଣୀୟ। pic.twitter.com/HKW0julsst
— Naveen Patnaik (@Naveen_Odisha) January 23, 2020
ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି। ଦେଶର ସ୍ୱାଧୀନତା ସହ ସାଧାରଣ ଆଦିବାସୀ ଜନତାଙ୍କ ହକ୍ ଓ ଅଧିକାରର ସୁରକ୍ଷା ପାଇଁ ତାଙ୍କ ସଂଗ୍ରାମ ସର୍ବଦା ଆମକୁ ପ୍ରେରଣା ଯୋଗାଇବ। pic.twitter.com/nBxQFaGn6i
— Naveen Patnaik (@Naveen_Odisha) January 23, 2020
ସେହିପରୀ ବୀର ସୁରେନ୍ଦ୍ର ସାଏଙ୍କ ଆଜି ଜୟନ୍ତୀ ହୋଇଥିବା ବେଳେ ତାଙ୍କଚୁ ଟ୍ୱିଟ୍ ଜରିଆରେ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।
ସେହିପରି ନେତାଜୀଙ୍କ ୧୨୩ତମ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।