ଅତ୍ୟାବଶ୍ୟକୀୟ ସାମଗ୍ରୀ ପରେ ମନୋରଞ୍ଜନ ହେଲା ମହଙ୍ଗା: ଏତିକି ଟଙ୍କା ସବ୍ସସ୍କ୍ରି୍‌ସନ୍‌ର ଫି’ ବଢାଇଲା ନେଟ୍‌ଫ୍ଲିକ୍ସ

ନୂଆଦିଲ୍ଲୀ: ଅତ୍ୟାବଶ୍ୟକୀୟ ସାମଗ୍ରୀ, ତେଲ ଦର ମହଙ୍ଗା ହେବା ପରେ ଏବେ ମନୋରଞ୍ଜନ ପାଳି ପଡିଛି । ଏବେ ଭିଡିଓ ଷ୍ଟ୍ରିମିଂ ପ୍ଲାଟ୍‌ଫର୍ମ ନେଟ୍‌ଫ୍ଲିକ୍ସ ମଧ୍ୟ ତାର ମୂଲ୍ୟ ବଢ଼ାଇବ ବୋଲି କହିଛି । ଚଳିତ ବର୍ଷ ଜାନୁଆରୀ ମାସରେ ସବ୍ସସ୍କ୍ରି୍‌ସନ୍‌ର ମୂଲ୍ୟ ବଢ଼ାଇବା ନେଇ ଘୋଷଣା କରିଥିଲା କମ୍ପାନୀ । ହେଲେ ନୂଆ ମୂଲ୍ୟ ଲାଗୁ କରି ନଥିଲା । ଏବେ ନୂଆ ମୂଲ୍ୟ ଲାଗୁ କରିବ ବୋଲି ସୂଚନା ମିଳିଛି । ତେବେ କାନାଡ଼ା ଓ ଆମେରିକାର କମ୍ପାନୀ ପୂର୍ବରୁ ପ୍ଲାନ୍‌ର ମୂଲ୍ୟ ବୃଦ୍ଧି କରିସାରିଛି ।

ଆମେରିକାରେ ପ୍ଲାନ୍‌ର ମୂଲ୍ୟ ୧୯.୯୯ ଡଲାର କରିଦେଇଛି (ପାଖାପାଖି ୧୫୨୦ ଟଙ୍କା) ରହିଛି । ଟପ୍‌ ଟିୟର ୪ଳ ପ୍ଲାନ୍‌ ପାଇଁ ଏହି ମୂଲ୍ୟ ରହିଛି । ଭାରତରେ ଏହି ପ୍ଲାନ୍‌ର ମୂଲ୍ୟ ବର୍ତ୍ତମାନ ୬୪୯ ରହିଛି । କମ୍ପାନୀ ଏବେ ଏହି ପ୍ଲାନ୍‌ର ମୂଲ୍ୟ ବଢ଼ାଇ ଦେଇଛି । ବେସିକ୍‌ ପ୍ଲାନ୍‌ର ମୂଲ୍ୟ ଆମେରିକାରେ ମାସକୁ ୮.୯୯ ଡଲାରୁ ୯.୯୯ ଡଲାର କରିଦିଆ ଯାଇଛି । ସେହିରି ଷ୍ଟାଣ୍ଡାର୍ଡ ପ୍ଲାନ୍‌ର ମୂଲ୍ୟ ୧୩.୯୯କୁ ୧୫.୪୯ ପ୍ରତି ଡଲାର କରିଦିଆ ଯାଇଛି । ଭାରତୀୟ ଟଙ୍କାରେ ଏହି ମୂଲ୍ୟକୁ ହିସାବ କଲେ ନେଟ୍‌ଫ୍ଲିକ୍‌ସ ବେସି୍‌କ ପ୍ଲାନ୍‌ର ମୂଲ୍ୟ ମାସକୁ ୭୬୦କୁ ବୃଦ୍ଧି କରିଥିବା ବେଳେ ଷ୍ଟାଣ୍ଡାର୍ଡ ପ୍ଲାନ୍‌ର ମୂଲ୍ୟ ୧୧୮୦ ଟଙ୍କା କରିଦେଇଛି । ହେଲେ ଭାରତରେ କିନ୍ତୁ ନେଟ୍‌ଫ୍ଲିକ୍ସ ପ୍ଲାନ୍‌ର ମୂଲ୍ୟ ଆମେରିକା ତୁଳନାରେ କମ୍‌ ରହିଛି । ଏଠାରେ ବର୍ତ୍ତମାନ ନେଟଫ୍ଲିକ୍ସରେ ବେସିକ୍‌ ପ୍ଲାନ୍‌ର ମୂଲ୍ୟ ୧୯୯ ରହିଥିବା ବେଳେ ଷ୍ଟାଣ୍ଡାର୍ଡ ପ୍ଲାନ୍‌ର ମୂଲ୍ୟ ୪୯୯ ରହିଛି ।