fbpx

EURO 2024: ସେମିରେ ପହଞ୍ଚିଲା ନେଦରଲାଣ୍ଡସ, ୨-୧ରେ ହାରିଲା ତୁର୍କୀ

ନୂଆଦିଲ୍ଲୀ: ୟୁରୋ କପ୍ ୨୦୨୪ର କ୍ୱାର୍ଟର ଫାଇନାଲରେ ହୋଇଥିବା ମୁକାବିଲାରେ ତୁର୍କୀକୁ ୨-୧ ଗୋଲ ବ୍ୟବଧାନରେ ପରାସ୍ତ କରିଛି ନେଦରଲାଣ୍ଡସ । ଏହି ବିଜୟ ଫଳରେ ନେଦରଲାଣ୍ଡସ ୟୁରୋ କପ୍ ୨୦୨୪ର ସେମିଫାଇନାଲରେ ପ୍ରବେଶ କରିଛି । ଗତକାଲି ରାତିରେ ଖେଳାଯାଇଥିବା ଏହି ମ୍ୟାଚଟି ବେଶ୍ ରୋମାଞ୍ଚଭରା ରହିଥିଲା । ଏହା ପୂର୍ବରୁ ସ୍ପେନ, ଫ୍ରାନ୍ସ ଓ ଇଂଲଣ୍ଡ ସେମିରେ ପ୍ରବେଶ କରିସାରିଥିବା ବେଳେ ଚତୁର୍ଥ ଦଳ ଭାବେ ନେଦରଲାଣ୍ଡସ ସେମିରେ ପ୍ରବେଶ କରିଛି । ସେମିଫାଇନାଲରେ ଇଂଲଣ୍ଡକୁ ଭେଟିବ ନେଦରଲାଣ୍ଡସ ।

ଗତକାଲି ବର୍ଲିନରେ ଖେଳାଯାଇଥିବା ଏହି ମ୍ୟାଚ ବେଶ୍ ସଂଘର୍ଷପୂର୍ଣ୍ଣ ରହିଥିଲା । ପ୍ରଥମାର୍ଦ୍ଧରେ ତୁର୍କୀ ସମିଟ ଅକାୟଦିନଙ୍କ୍ ହେଡର ଜରିଆରେ ଅଗ୍ରଣୀ ରହିଥିଲା । ତେବେ ନେଦରଲାଣ୍ଡସ ମଧ୍ୟ କମବ୍ୟାକ୍ତ କରିଥିଲା । ଷ୍ଟେଫାନ ଦେ’ ଭ୍ରିଜ ୭୦ତମ ମିନିଟରେ ଗୋଟିଏ ଗୋଲ କରିବା ସହ ମେର୍ଦ ମୁଡଲୁର ୭୬ତମ ମିନିଟରେ ଏକ ଆତ୍ମଘାତୀ ଗୋଲ ଦେଇଥିଲେ । ଫଳରେ ନେଦରଲାଣ୍ଡସ ୨-୧ରେ ବିଜୟୀ ହୋଇପାରିଥିଲା । ଏହି ମାଚରେ ପ୍ରକୃତରେ ସଂଘର୍ଷ କରିବାକୁ ପଡ଼ିଥିଲା ବୋଲି ଦେ’ ଭ୍ରିଜ କହିଥିଲେ । ଏହି ମୁକାବିଲାରେ ତୁର୍କୀର ଖେଳାଳିମାନେ ସେମାନଙ୍କର ଦକ୍ଷତାର ପ୍ରତିପାଦନ କରିଥିଲେ । ମାତ୍ର ଶେଷରେ ନେଦରଲାଣ୍ଡସ ଖେଳାଳିମାନେ ଉଚ୍ଚକୋଟୀର ପ୍ରଦର୍ଶନ କରି ମ୍ୟାଚକୁ ଜିତିପାରିଥିଲେ ବୋଲି ସେ କହିଥିଲେ ।

Get real time updates directly on you device, subscribe now.