fbpx

ନବୀନଙ୍କ ମନ୍ତ୍ରୀମଣ୍ଡଳରେ ଅଦଳବଦଳ: ଜଣଙ୍କ ପରେ ଜଣେ ମନ୍ତ୍ରୀ ଦେଉଛନ୍ତି ଇସ୍ତଫା, କାଲି ଶପଥ ଗ୍ରହଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ରାଜନୀତିରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ନବୀନଙ୍କ ମନ୍ତ୍ରୀମଣ୍ଡଳର ହେବ ନବକଳେବର । ସବୁ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଜଣଙ୍କ ପରେ ଜଣେ ମନ୍ତ୍ରୀ ଇସ୍ତଫା ଦେଉଥିବା ସୂଚନା ମିଳିଛି ।

ବାଚସ୍ପତି ପଦରୁ ଇସ୍ତଫା ଦେଇଛନ୍ତି ସୂର୍ଯ୍ୟନାରାୟଣ ପାତ୍ର । ଉପବାଚସ୍ପତିଙ୍କୁ ନିଜ ଇସ୍ତଫା ପତ୍ର ପଠାଇଛନ୍ତି ସୂଚ୍ରନାରାୟଣ ପାତ୍ର । ବାଚସ୍ପତିଙ୍କ ଇସ୍ତଫାପତ୍ର ଗ୍ରହଣ କରାଯାଇଥିବା ସୂଚନା ମିଳିଛି ।
ଏହା ସହ ମନ୍ତ୍ରୀ ରଘୁନନ୍ଦନ ଦାଶ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସେହପିରି ପରିବହନ ମନ୍ତ୍ରୀ ପଦରୁ ପଦ୍ୱନାଭ ବେହେରା ଇସ୍ତଫା ଦେଇଛନ୍ତି । ମନ୍ତ୍ରୀ ପଦରୁ ପ୍ରେମାନନ୍ଦ ନାୟକ ଇସ୍ତଫା ଦେଇଛନ୍ତି । ଖଣି ମନ୍ତ୍ରୀ ପଦରୁ ପ୍ରଫୁଲ୍ଲ ମଲ୍ଲିକ ଇସ୍ତଫା ଦେଇଛନ୍ତି ।

ସୂଚନା ଅନୁସାରେ, କାଲି ଦିନ ୧୧ଟା ୪୫ରେ ନୂଆ ମନ୍ତ୍ରୀ ଶପଥ ନେବେ । ରାଜଭବନ କନଭେନସନ ହଲରେ ନୂଆ ମନ୍ତ୍ରୀ ଶପଥ ନେବେ । ନୂଆ ମନ୍ତ୍ରୀଙ୍କ ନାମକୁ ନେଇ କଳ୍ପନାଜଳ୍ପନା ଜୋରଦାର ହୋଇଛି । ପ୍ରଦୀପ ଅମାତ ଓ ଲତିକା ପ୍ରଧାନ ନୂଆ ପ୍ରଧାନ ହେବା ସମ୍ଭାବନା ରହିଛି ।

ତେବେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଇସ୍ତଫା ପାଇଁ କୁହାଯାଇଥିବା ସୂଚନା ମିଳିଛି । ବିଶ୍ୱସ୍ତ ସୂତ୍ରରୁ ରାଜା ସ୍ୱାଇଁଙ୍କୁ ଇସ୍ତଫା ଦେବା ପାଇଁ କୁହାଯାଇଛି ସୂଚନା ମିଳିଛି । ଏହା ସହ ମନ୍ତ୍ରୀ ପ୍ରେମାନନ୍ଦ ନାୟକ, ଜ୍ୟୋତି ପାଣିଗ୍ରାହୀ, ରଘୁନନ୍ଦନ ଦାସ, ପଦ୍ମିନୀ ଦିଆନ, ବିକ୍ରମ ଆରୁଖ, ଦିବ୍ୟଶଙ୍କର ମିଶଙ୍କୁ ମଧ୍ୟ ଇସ୍ତଫା ଦେବା ପାଇଁ କୁହାଯାଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.