Big Breaking: ନୂଆ ବର୍ଷରେ ନୂଆ ସରକାର ଆଣିବ ନୂଆ ଯୋଜନା, ଏଥିରେ ସାଢେ ୩ କୋଟି ହେବେ ଲାଭବାନ

ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଦେଶର ସବୁଠାରୁ ବଡ ସ୍ୱାସ୍ଥ୍ୟ ଯୋଜନା; ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ସହ ଲାଗୁ ହେବ ଆୟୁଷ୍ମାନ ଯୋଜନା

ଭୁବନେଶ୍ୱର– ଓଡିଶାବାସୀଙ୍କ ପାଇଁ ଖୁସି ଖବର ଆଣିଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ । ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଦେଶର ସବୁଠାରୁ ବଡ ସ୍ୱାସ୍ଥ୍ୟ ଯୋଜନା, ଆୟୁଷ୍ମାନ ଯୋଜନା । ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ସହ ଲାଗୁ ହେବ ଆୟୁଷ୍ମାନ ଯୋଜନା । ଏନେଇ ସୂଚନା ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।

ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ, ଆସନ୍ତା ଫେବୃଆରୀରୁ ରାଜ୍ୟରେ ବହୁପ୍ରତୀକ୍ଷିତ ଆୟୁଷ୍ମାନ ଯୋଜନା ଲାଗୁହେବ ।

ରାଜ୍ୟରେ ସାଢେ ୪ କୋଟି ପରି ଲୋକ ରହିଛନ୍ତି । ସେମାନଙ୍କ ଭିତରୁ ସାଢେ ତିନି କୋଟିଙ୍କୁ ମିଳିବ ଆୟୁଷ୍ମାନ ଯୋଜନାର କାର୍ଡ ।

କିପରି ସାହୟକ ହେବ ଆୟୁଷ୍ମାନ ଯୋଜନା: ଏହି ଯୋଜନା ଲାଗୁ ହେବା ପରେ ଓଡିଶାର କୌଣସି ବି କାର୍ଡଧାରୀ ଦେଶର ଯେଉଁଠି ରହୁଥିଲେ ମଧ୍ୟ କାର୍ଡର ସୁଫଳ ପାଇ ପାରିବେ ।

ଦେଶର ଯେକୌଣସି ସ୍ଥାନରେ ଥିବା ହସ୍ପିଟାଲରେ ମାଗଣା ଚିକିତ୍ସା କରାଇ ପାରିବେ । ଏହି ଯୋଜନାରେ ୫ ଲକ୍ଷ ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସେବା ରହିଛି ।

ଦେଶର ବିଭିନ୍ନ ବିଜେପି ଶାସିତ ରାଜ୍ୟରେ ଏହି ଯୋଜନା ଆଗରୁ ଲାଗୁ ହୋଇଛି । ଏହାକୁ ଲାଗୁ କରିବାକୁ ଆଗରୁ ନବୀନ ସରକାରକୁ ପ୍ରଧାନମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ ଗଣ ବାରମ୍ବାର ଅନୁରୋଧ କରୁଥିଲେ । କିନ୍ତୁ ବିଜେପି ଏହି ଯୋଜନାରେ ଲୋକଙ୍କ ନିକଟତର ହେବା ଆଶଙ୍କାରେ ଏହାକୁ ଲଗାଇଦେଉନଥିଲେ ପୂର୍ବ ସରକାର ।

ଫଳରେ ଦେଶର ବିଭିନ୍ନ ସ୍ଥାନରେ ରହୁଥିବା ଓଡିଆଟିଏ ଅସୁସ୍ଥ ହେଲେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ବିଶେଷକରି ଗରିବ, ଖଟିଖିଆ ସର୍ବସ୍ୱାନ୍ତ ହୋଇ ମୃତ୍ୟୁବରଣ କରୁଥିଲେ ।