ଜୁଲାଇରେ RAW ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବେ ପରାଗ, ୨ ବର୍ଷ ରହିିଛି କାର୍ଯ୍ୟକାଳ

ନୂଆଦିଲ୍ଲୀ: ବରିଷ୍ଠ ଆଇପିଏସ୍ ଅଫିସର ପରାଗ ଜୈନଙ୍କୁ ମିଳିଲା ନୂଆ ଦାୟିତ୍ୱ । ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ (ର)ର ନୂଆ ମୁଖ୍ୟ ହେବେ ପରାଗ ।

ଆତଙ୍କବାଦ ବିରୋଧୀ ହମଲା ଅପରେଶନ୍ ସିନ୍ଦୁରରେ ସେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଅପରେଶନ ନେଇ ଇଣ୍ଟେଲିଜେନ୍ସ ଇନପୁଟ୍ ତାଙ୍କ ତତ୍ତ୍ୱାବଧାନରେ ଚାଲିଥିଲା ।

ଅପରେଶନ୍ ସିନ୍ଦୁରକୁ ସଫଳ କରିବାରେ ପରାଗ ବେଶ୍ ଗୁରୁତ୍ୱ ବହନ କରିଥିଲେ ।

ପରାଗ ଜୈନ, ୧୯୮୯ ବ୍ୟାଚର ପଞ୍ଜାବ କ୍ୟାଡେଟ୍ ଆପିଏସ୍ ଅଫିସର । ଜୁଲାଇ ୧ରେ ପରାଗ ଏହି ନୂଆ ଦାୟିତ୍ୱ ଗ୍ରହଣ କରିବେ । ର’ ମୁଖ୍ୟ ଭାବେ ପରାଗ ୨ ବର୍ଷ କାର୍ଯ୍ୟ କରିବେ ।

ବର୍ତ୍ତମାନ ର’ ମୁଖ୍ୟ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି ରବି ସିହ୍ନା । ଜୁନ ୩୦ରେ ରବିଙ୍କ କାର୍ଯ୍ୟକାଳ ସରିବ, ଯାହାପରେ ପରାଗ ଏହି ଦାୟତ୍ୱରେ ରହିବେ ।