ନୂଆଦିଲ୍ଲୀ- ମହାକାଶରେ ରାଜ କରୁଛନ୍ତି ଏଲିଅନ । ମହାକାଶରେ ଯେଉଁ ଗ୍ରହ, ନକ୍ଷତ୍ର ଦ୍ରୁତ ଗତି ଆତଯାତ କରନ୍ତି ସେମାନଙ୍କୁ ଇଣ୍ଟେଲିଜେଣ୍ଟ ଏଲିଅନ ସଭ୍ୟତା ପରିଚାଳିତ କରୁଛି । ଅର୍ଥାତ୍ ଏସବୁର ପାଇଲଟ ଏଲିଅନ, ଏମିତି ଜଣାପଡିଥି ନୂଆ ଏକ ଷ୍ଟଡିରୁ । ଷ୍ଟଡିରେ ଏହା ବି କୁହାଯାଇଛି କି, ଏହି ବୁଦ୍ଧିମାନ ଏଲିଅନ ସବୁ ନିଜ ତାରା ଓ ଗ୍ରହଗୁଡିକୁ ସ୍ପେସକ୍ରାପ୍ଟରେ ବଦଳି ଦେଉଛି, ଯେମିତି ଅଲଗା ଏଲିଅନସିପ ତିଆରି କରିବାକୁ ପଡିବ ନାହିଁ ।
ଷ୍ଟଡି ମୁତାବକ, ଏଲିଅନ ଯେଉଁଠିକି ଯିବାକୁ ଚାହିଁବେ, ସେମାନଙ୍କ ଗ୍ରହକୁ ହିଁ ନେଇଯାଆନ୍ତି । ତେବେ ଏମିତି ଷ୍ଟାର ସିଷ୍ଟମ ଅଳ୍ପ କିଛି ରହିଛି । କିଛି ବୈଜ୍ଞାନିକଙ୍କ ମୁତାବକ, ଏହା ଅତ୍ୟନ୍ତ ବିକଶିତ, ଉନ୍ନତମାନର ଏଲିଅନ ସଭ୍ୟତା, ଯାହା ଆକାଶଗଙ୍ଗା ମଧ୍ୟରେ ଯାତ୍ରା କରନ୍ତି । ବୈଜ୍ଞାନିକଙ୍କ ଅନୁମାନ କି , ଏହି ସବୁ ମହାକାଶରେ ଦୀର୍ଘ ସମୟରୁ ରହିଛନ୍ତି ଓ ସେଠାରେ ଆତଯାତ କରୁଛନ୍ତି । ଏମାନଙ୍କ ଜ୍ଞାନ କୌଶଳ ପୃଥିବୀଠାରୁ ଢେର ଅଧିକ । ଏମାନେ ନିଜର ଗ୍ରହ ଓ ତାରା ବିକଶିତ କରିସାରିଛନ୍ତି ।
ଏହା ବ୍ୟତୀତ ଆକାଶଗଙ୍ଗାରେ ଯାତ୍ରା କରିବାକୁ ଦୂର୍ଘ ଦୂରତା ଅତିକ୍ରମ କରିବାକୁ ହୁଏ ଓ ଏଥିପାଇଁ ଅଧିକ ସମୟ ଲାଗେ । ତେଣୁ ଏମାନେ ନିଜ ସିଷ୍ଟମ ଛାଡି ଅନ୍ୟ ସ୍ପେସ କ୍ରାପ୍ଟରେ ଟ୍ରାଭେଲ କରିବା ବଦଳରେ ନିଜ ଗ୍ରହ ଓ ତାରାରେ ଯାତ୍ରା କରନ୍ତି । ଏମାନେ ନିଜ ଗ୍ରହ ଓ ତାରାକୁ ନିଜ ସହ ନେଇ ଯାତ୍ରା କରନ୍ତି ବୋଲି ବୈଜ୍ଞାନିକ ନୂଆ ଷ୍ଟଡିରୁ ଜାଣିବାକୁ ପାଇଛନ୍ତି ।
ଭ୍ରିଜ ୟୁନିଭର୍ସିଟିର ଷ୍ଟଡିର ଫିଲୋସଫର ଭିଡାଲ କହିଛନ୍ତି, ଏପର୍ଯ୍ୟନ୍ତ ପିୟର-ରିଭ୍ୟୁ କରାଯାଇନାହିଁ । ଏଲିଅନ ଏକ ମଡେଲ ସିଷ୍ଟମ କରିଛନ୍ତି, ଯେଉଁଥିରେ କମ ପରିମାଣର ନ୍ୟୁଟ୍ରନ ଷ୍ଟାର ନିଜ ହିସାବରେ ଚାରି ପାଖରେ ଚକର କାଟୁଛନ୍ତି । ଏହି ମଡେଲରୁ ଏହି ସିଦ୍ଧାନ୍ତ ଆସିଛି କି, ତାରାଙ୍କ ଯାତ୍ରା ହୋଇପାରେ । ଏହି ଯାତ୍ରା ଚୁମ୍ବକୀୟ କ୍ଷେତ୍ରର ଲାଭ ଉଠାଇ କାମ କରୁଛି । ତେବେ ନିସ୍କର୍ଷରେ ପହଞ୍ଚିବାକୁ ଆମ ବୈଜ୍ଞାନିକଙ୍କୁ ଆହୁରି ଅଧିକ ଷ୍ଟଡି କରିବାକୁ ଅଛି ।