fbpx

ଭାରତରେ ଠାବ ହେଲା କରୋନାର ନୂଆ ସବ୍-ଭାରିଆଣ୍ଟ: WHO

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ପୁଣି ବ୍ୟାପିବାରେ ଲାଗିଥିବା ବେଳେ ଆସିଛି ବଡ଼ ଖବର । ଓମିକ୍ରନର ନୂଆ ସବ୍ ଭାରିଆଣ୍ଟ ଦେଶରୁ ଠାବ ହୋଇଛି । ଭାରତ ସହ ୧୦ଟି ଦେଶରେ ଏହି ନୂଆ ଭାରିଆଣ୍ଟ ଠାବ ହୋଇଥିବା ଡବ୍ଲୁଏଚଓ ବା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ସୂଚନା ଦିଆଯାଇଛି । ନୂଆ ଭାରିଆଣ୍ଟର ନାଁ ରହିଛି BA.2.75  । ଏହି ଭାରିଆଣ୍ଟ ପ୍ରଥମେ ଭାରତରେ ଠାବ ହୋଇଥିଲା । ପରେ ଏହା ୧୦ଟି ଦେଶକୁ ବ୍ୟାପିଛି । ଏହି ଭାରିଆଣ୍ଟ କେତେ ସଂକ୍ରାମକ ଓ ବ୍ୟାପକ, ସେନେଇ ଗବେଷଣା ଚାଲିଛି ବୋଲି ଡବ୍ଲୁଏଚଓ ପକ୍ଷରୁ କୁହାଯାଇଛି ।

ତେବେ ଗତକାଲି ତୁଳନାରେ ଆଜି ପୁଣି ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିପାଇଛି । ସାରା ଦେଶରୁ ଗତକାଲି ୧୬ହଜାର ୧୫୯ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଆଜି ଦେଶରୁ ଆଉ ୧୮ହଜାର ୯୩୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକି ଗତକାଲି ତୁଳନାରେ ଆଜିର ସଂକ୍ରମିତଙ୍କ ସଂଖ୍ୟା ୨ହଜାର ୭୭୧ ବୃଦ୍ଧି ଘଟିଛି । ସେହିପରି ଗୋଟିଏ ଦିନରେ ୩୫ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪ହଜାର ୬୫୦ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ଦିଆଯାଇଛି । । ଆଜିର ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍‌ ୧ଲକ୍ଷ ୧୯ହଜାର ୪୫୭ ଜଣ କରୋନା ସକ୍ରିୟ ଆକ୍ରାନ୍ତ ରହିଥିବା ସୂଚନା ଦିଆଯାଇଛି ।

ସୁସ୍ଥତା ତୁଳନାରେ ଦୈନିକ ସଂକ୍ରମଣ ବୃଦ୍ଧି ପାଇବା ହେତୁ ଦେଶରେ ପଜିଟିଭିଟି ହାର ମଧ୍ୟ ବୃଦ୍ଧି ପାଉଛି । ଦେଶରେ ପଜିଟିଭିଟି ହାର ୪.୩୨% ରହିଛି । ସେପଟେ ଆଜିର ମୃତକଙ୍କୁ ମିଶାଇ ଦେଶରେ ମୋଟ୍‌ ୫ଲକ୍ଷ ୨୫ ହଜାର ୩୦୫୦ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଏଯାଏ ଦେଶରେ ମୋଟ୍‌ କରୋନାରୁ ସୁସ୍ଥ ହେଲେଣି ୪,୨୯,୨୧,୯୭୭ଜଣ ଆକ୍ରାନ୍ତ । ଦେଶରେ କରୋନା ସଂକ୍ରମଣ ଜରି ରହିଥିବାରୁ ଟିକାକରଣ ମଧ୍ୟ କରାଯାଉଛି । ଏଯାଏ ୧୯୮.୩୩ ​‌କୋଟି ଡୋଜ୍‌ ଟିକା ଦିଆସରିଲାଣି ।

Get real time updates directly on you device, subscribe now.