fbpx

ମଧୁସୂଦନ ଲ’ ବିଶ୍ୱବିଦ୍ୟାଳୟର କୁଳପତି ହେଲେ କମଲଜିତ

ଭୁବନେଶ୍ୱର ୯ା୪ (ଓଡିଶା ଭାସ୍କର) : ମଧୁସୂଦନ ଲ’ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତ ହୋଇଛନ୍ତି । ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ହୋଇଛନ୍ତି କମଲଜିତ ସିଂହ ଏମ୍ ଏସ୍ ଲ’ । ୪ ବର୍ଷ ପାଇଁ କୁଳପତି ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ । ସେ ଏବେ ହିମାଞ୍ଚଳ ପ୍ରଦେଶର ଘରୋଇ ଶିକ୍ଷାନୁଷ୍ଠାନରେ ରେଗୁଲେଟୀର କମିଶନର ଅଛନ୍ତି ।

ସୂଚନା ଅନୁସାରେ ଗତକାଲି ମଧୁସୂଦନ ଲ’ କଲେଜକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳିଛି । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।ଏପ୍ରିଲ ୨୮ ତାରିଖ ପାଖରୁ ନିୟମ ଲାଗୁ କରାଯିବ । ବହୁଦିନ ଧରି ମଧୁସୂଦନ ଲ’ କଲେଜକୁ ବିଶ୍ୱବିଦ୍ୟାଳୟ କରିବା ପାଇଁ ଚର୍ଚ୍ଚା ଜୋର ଧରି ଆସୁଥିଲା ।

Get real time updates directly on you device, subscribe now.