fbpx

ସ୍କ୍ରାପେଜ ପଲିସି ଯୋଗୁଁ ୧ ଲକ୍ଷ ପର୍ଯ୍ୟନ୍ତ ଶସ୍ତା ହୋଇପାରେ ନୂଆ ଗାଡ଼ି, ଜାଣନ୍ତୁ କିପରି

ନୂଆଦିଲ୍ଲୀ: ଭାରତ ସରକାର ନୂଆ ସ୍କ୍ରାପେଜ ପଲିସି ପ୍ରସ୍ତୁତ କରିଛନ୍ତି । ଏହି ପଲିସି ପୁରୁଣା ଗାଡ଼ିମାନଙ୍କ ପାଇଁ ରହିଛି । ଏହି ପଲିସିରେ ଗାଡ଼ିର ଫିଟନେସ ଏବଂ ସ୍କ୍ରାପେଜ ସହ ଜଡ଼ିତ ନିୟମ କୁହାଯାଇଛି । ଏହି ପଲିସି ଅନୁଯାୟୀ ନୂଆ ଗାଡ଼ିର ଦାମ କମିବ ଏବଂ ରେଜିଷ୍ଟ୍ରେସନ ଦାମ ମଧ୍ୟ କମ ହେବ । ୧ ଅକ୍ଟୋବର ଠାରୁ ୧୫ ବର୍ଷର ପୁରୁଣା ଗାଡ଼ିକୁ ସ୍କ୍ରାପିଂ ନିୟମ ଲାଗୁ ହେବ ।

ଏଥିପାଇଁ ଗାଡ଼ିରୁ ଫିଟନେସ ଟେଷ୍ଟ କରିବାକୁ ହେବ । ଏହି ନିୟମ ପୁରୁଣା ଗାଡ଼ି ପାଇଁ ଲାଗୁ ହେବ କାରଣ ଗାଡ଼ିି ନୂଆ ଥିଲେ ସ୍କ୍ରାପେଜ ପଲିସି ଅନୁଯାୟୀ କେହିବି ଫିଟନେସ ଟେଷ୍ଟ କରିବାର ଆବଶ୍ୟକ ନାହିଁ । ଯଦି ଗାଡ଼ି ୧୫ ବର୍ଷରୁ ଅଧିକ ତା’ହେଲେ ଫିଟନେସ ସାର୍ଟିଫିକେଟ ନେବାକୁ ହେବ । ଏଥିପାଇଁ ଦେଶରେ ଅଲଗା ଅଲଗା ସ୍ଥାନରେ ଫିଟନେସ ସେଣ୍ଟର ତିଆରି କରାଯିବ । ଫିଟନେସ ଟେଷ୍ଟରେ ଯେଉଁ ଗାଡ଼ି ପାସ ହେବ ତାକୁ ପୁଣିଥରେ ରି ରେଜିଷ୍ଟ୍ରେସନ କରିବାକୁ ହେବ । କିନ୍ତୁ ଯଦି ଗାଡ଼ି ଫିଟନେସ ଟେଷ୍ଟରେ ପାସ ହେଉନାହିଁ ତେବେ ଗାଡ଼ିକୁ ସ୍କ୍ରାପ କରିବାକୁ ହେବ ।

ଏଭଳି ଭାବରେ କମିବ ନୂଆ ଗାଡ଼ିର ଦାମ;

ଗାଡ଼ିର ସ୍କ୍ରାପିଂ ସମନ୍ଧୀୟ ତଥ୍ୟ ଆପରେ ରହିବ । ଏଥିପାଇଁ ଡିଜିଟାଲ ଆପ ପ୍ରସ୍ତୁତ ଚରାଯାଉଛି । ଯେଉଁଥିରେ ସେଣ୍ଟରଠାରୁ ନେଇ ସ୍କ୍ରାପିଂ ସାର୍ଟିଫିକେଟର ତଥ୍ୟ ଦିଆଯିବ । ଏହି ଆପ୍ ରେ ଆପଣଙ୍କୁ ଆପଣ ସ୍କ୍ରାପିଂ ସାର୍ଟିଫିକେଟ ଅପଲୋଡ୍ କରିବାକୁ ହେବ । ଯେତେବେଳେ ଆପଣ ନୂଆ ଗାଡ଼ି କିଣିବାକୁ ଯିବେ ସେତେବେଳେ ଏହି ସାର୍ଟିଫିକେଟ ଆଧାରରେ ଗାଡ଼ିର ଦାମରେ ଛାଡ଼ ଦିଆଯିବ । ଏଥିରେ ରେଜିଷ୍ଟ୍ରେସନ ଫିସ ସମ୍ପୂର୍ଣ୍ଣ ଭାବରେ ଛାଡ଼ କରାଯିବ । ଯଦି ଗାଡ଼ି ପ୍ରାଇଭେଟ ତା’ହେଲେ ୨୫ % ରୋଡ ଟ୍ୟାକ୍ସ ଏବଂ କମରସିଆଲ ହୋଇଥିଲେ ୧୫ % ଛାଡ଼ ହେବ ରୋଡ ଟ୍ୟାକ୍ସ । ଗାଡ଼ିର ସ୍କ୍ରାପର ଦାମ ନୂଆ ଗାଡ଼ିର ଏକ୍ସ ସୋରୁମ ଦାମର ୪-୬ % ହେବ । ଏହା ଛଡା଼ ସରକାର କାର୍ କମ୍ପାନୀଙ୍କୁ ମଧ୍ୟ ଗ୍ରାହକଙ୍କୁ ନିଜ ସ୍ତରରେ ୫ % ଛାଡ଼ ଦେବାକୁ କହିଛନ୍ତି । ଏହି ସବୁକୁ ଯୋଡ଼ିଲେ ଗ୍ରାହକଙ୍କୁ ବମ୍ପର ଫାଇଦା ମିଳିପାରେ ।

Get real time updates directly on you device, subscribe now.