fbpx
BJD
BJD SKY
BJD SKY

କୃଷକଙ୍କ ପାଇଁ ରୋଜଗାରର ନୂଆ ପନ୍ଥା ; ଖାଲି ଚାଷ ନୁହେଁ, ଶୀତଳ ଭଣ୍ଡାର କରି ଭଲ ଦୁଇ ପଇସା କମାଇ ପାରିବେ, ଏପରି କରନ୍ତୁ ଆବେଦନ

ନୂଆଦିଲ୍ଲୀ : ଫସଲ ଅମଳ କରିବା ପରେ ଏହାର ସଂରକ୍ଷଣ ନିଶ୍ଚିତ ଭାବରେ ଚାଷୀଙ୍କ ପାଇଁ ଏକ ବଡ ସମସ୍ୟା ହୋଇଥାଏ । ପନିପରିବା ଏବଂ ଫଳ ଚାଷୀଙ୍କ ପାଇଁ ଏହି ସମସ୍ୟା ଆହୁରି ବଢିଥାଏ । ଉପଯୁକ୍ତ ଷ୍ଟୋରେଜ୍ ସିଷ୍ଟମର ଅଭାବ ହେତୁ ଏହି ଫସଲ କମ୍ ଦିନରେ ସଢିଯାଏ । ଚାଷୀଙ୍କୁ ଏହି ପରିସ୍ଥିତିରୁ ମୁକାବିଲା ପାଇଁ ବିହାର ସରକାର ଗାଁରେ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ଭଲ ସବସିଡି ଦେଉଛନ୍ତି।

ଶୀତଳ ଭଣ୍ଡାର ଖୋଲିବା ପାଇଁ ୭୫ ପ୍ରତିଶତ ସବସିଡି

ବିହାର ଇଣ୍ଟିଗ୍ରେଟେଡ୍ ଉଦ୍ୟାନ କୃଷି ବିକାଶ ମିଶନ୍ ଅନୁଯାୟୀ, ଥଣ୍ଡା ଶୀତଳ ଭଣ୍ଡାର ଟାଇପ୍-୨ ତିଆରି କରୁଛନ୍ତି ତେବେ ସେଥିରେ ସର୍ବାଧିକ ୟୁନିଟ୍ ପାଇଁ ୧୦,୦୦୦ ଟଙ୍କା ଲାଗିବ । ଏହି ମୂଲ୍ୟ ହିସାବରେ ବ୍ୟକ୍ତିଗତ କୃଷକମାନଙ୍କୁ ୫୦ ପ୍ରତିଶତ ସବସିଡି ଉପରେ ୫୦୦୦ ଟଙ୍କା ଦିଆଯିବ । ଏଥି ସହିତ କୃଷକ ଉତ୍ପାଦନ ସଂଗଠନକୁ ୟୁନିଟ୍ ପିଛା ୭୫ ପ୍ରତିଶତ ସବସିଡି ଅର୍ଥାତ୍ ୭,୫୦୦ ଟଙ୍କା ପ୍ରଦାନ କରାଯିବ । ଯଦି ଆପଣ ଏକ ବଡ଼ ଆକାରରେ ଥଣ୍ଡା ଷ୍ଟୋରେଜ୍ କରୁଛନ୍ତି, ତେବେ ଆପଣ ଯେକୌଣସି ସମବାୟ ବ୍ୟାଙ୍କ ସହିତ ମଧ୍ୟ ଯୋଗାଯୋଗ କରିପାରିବେ ।

ଯଦି ଆପଣ ବିହାରର ବାସିନ୍ଦା, ଆପଣ ଇଣ୍ଟିଗ୍ରେଟେଡ୍ ହର୍ଟିକଲଚର ଡେଭଲପମେଣ୍ଟ ମିଶନ୍ ଅଧୀନରେ ଥଣ୍ଡା ଷ୍ଟୋରେଜ୍ ୟୁନିଟ୍ ଉପରେ ସବସିଡିର ଲାଭ ଉଠାଇ ପାରିବେ । ଏଥିପାଇଁ କୃଷକଙ୍କୁ ଉଦ୍ୟାନ କୃଷି ବିଭାଗର ସରକାରୀ ପୋର୍ଟାଲ୍ Bihar.gov.in ପରିଦର୍ଶନ କରି ଆବେଦନ କରିବାକୁ ପଡିବ ।

ସୂଚନାଯୋଗ୍ୟ, ଦେଶର ଅନେକ ରାଜ୍ୟର ଚାଷୀଙ୍କ ଦ୍ୱାରା ପିଆଜ, ଟମାଟୋ ଏବଂ ରସୁଣ ଆଦି ଅନେକ ପନିପରିବା ରାସ୍ତାରେ ଫିଙ୍ଗିବା ଭଳି ଘଟଣା ଦେଖିବାକୁ ମିଳେ । ଏଭଳି ପରିସ୍ଥିତିରେ ଶୀତଳ ଭଣ୍ଡାର ଘର ଚାଷୀଙ୍କ ପାଇଁ ଲାଭଦାୟକ ହୋଇପାରେ । କୃଷକମାନେ ସେମାନଙ୍କର ଉତ୍ପାଦକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସଂରକ୍ଷଣ କରିପାରିବେ ।

Get real time updates directly on you device, subscribe now.