ଆଜିଠୁ ବଢ଼ିିବ ତାତି, ହେବ ଅଗ୍ନିବର୍ଷା: ୨ ଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌) : ଆଜିଠୁ ରାଜ୍ୟରେ ବଢ଼ିବ ତାତି।  ବିଶେଷ କରି ପଶ୍ଚିମ ଓଡିଶାର କେତେକ ସ୍ଥାନରେ ପ୍ରଚଣ୍ଡ ଗ୍ରୀଷ୍ମ ଲହରୀ ଅନୁଭୂତ ହେବ । ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ୧୬ ଏବଂ ୧୭ତାରିଖ ଦୁଇଦିନ ଧରି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।ବଲାଙ୍ଗୀର, ସୋନପୁର, ବୌଦ୍ଧ, ନୟାଗଡ, ଅନୁଗୁଳ ଓ ଖୋର୍ଦ୍ଧା ପାଇଁ ଏହି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏଥିନେଇ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏପରିକି ତାପମାତ୍ରା ୪୦ଡିଗ୍ରୀଠାରୁ ୪୪ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ଯଥେଷ୍ଟ ସମ୍ଭାବନା ରହିଛି ।

ମଙ୍ଗଳବାର ରାଜ୍ୟର ୫ ସହରର ତାପମାତ୍ରା ୪୦ ଡିଗ୍ରୀ ପାଖରେ ରହିଛି । ଅନୁଗୋଳରେ ସର୍ବୋଚ୍ଚ ତାପମାତ୍ରା ୩୯.୭ ଡିଗ୍ରୀ ରହିଥିବାବେଳେ ସୋନପୁରରେ ୩୯.୫, ବାରି ଦାରେ ୩୯.୨ ଏବଂ ଟିଟିଲାଗଡ଼ ଓ ବୌଦ୍ଧରେ ୩୯ ଡିଗ୍ରୀ ରହିଥିବା ସୂଚନା ମିଳିଛି ।