fbpx

ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳିମାଡ଼: ୪୦ ଜଣଙ୍କ ମୃତ୍ୟୁ

Advertisement

ନୂଆଦିଲ୍ଲୀ: ନାଇଜେରିଆର ଏକ ଗାଁରେ ପଶି ଦୁର୍ବୃତ୍ତମାନେ ଆଖିବୁଜା ଗୁଳି ବିନିମୟ କରିଛନ୍ତି । ଏହି ଗୁଳିମାଡ଼ର ଶିକାର ହୋଇ ୪୦ ଜନଙ୍କର ପ୍ରାଣହାନି ଘଟିଛି । ଏଥିସହ ଦୁର୍ବୃତ୍ତମାନେ ଘର ମଧ୍ୟ ଜାଳିଦେଇଥିବା କଥା ଜଣାପଡିଛି । ତେବେ ନାଇଜେରିଆ ପୋଲିସ ଗୁଳିରେ ୭ ଜଣ ବନ୍ଧୁକଧାରୀଙ୍କ ମୃତ୍ୟୁ ଘଟିଛି । ଏହା ପଶୁପାଳକ ଏବଂ କୃଷକଙ୍କ ମଧ୍ୟରେ ବିବାଦକୁ ନେଇ ଗୁଳିକାଣ୍ଡ ହୋଇଛି ବୋଲି ସୂଚନା ମିଳିଛି ।

ଏହି ଘଟଣାଟି ନାଇଜେରିଆର ଉତ୍ତର-ମଧ୍ୟରେ ଅବସ୍ଥିତ ପଠାରୀ ରାଜ୍ୟର ଅଟେ । ପଠାରୀ ପୋଲିସ ଅଧିକାରୀ କହିଛନ୍ତି ଯେ, ପଠାରୀ ବଙ୍ଗଲାଲାର ଜଙ୍ଗଲରେ ସୁରକ୍ଷା କର୍ମୀଙ୍କ ଆକ୍ରମଣରେ ଖସି ପଳାୟନ କରିଥିବା ଏହି ଦୁବୃର୍ତ୍ତମାନେ ରାତି ଅଧରେ ଜୁରାକ ଏବଂ ଇକାଇ ଗାଁରେ ଆକ୍ରମଣ କରିଛନ୍ତି । ସୁରକ୍ଷା କର୍ମୀ ସାତଜଣ ବନ୍ଧୁକଧାରୀଙ୍କୁ ହତ୍ୟା କରିଛନ୍ତି । ବନ୍ଧୁକଧାରୀ ବହୁ ସଂଖ୍ୟାରେ ବାଇକ ଧରି ଗାଁ ଭିତରେ ପ୍ରବେଶ କରିଥିଲେ । ତେବେ ଏହି ଆକ୍ରମଣରେ ମୃତ୍ୟୁ ସଂଖ୍ୟା ଅଧିକ ରହିଥିବା ବେଳେ ଅନେକ ଆହତ ହୋଇଛନ୍ତି । ଏହି ଦୁର୍ବୃତ୍ତମାନେ ଗାଁ ରେ ପ୍ରବେଶ କରି ଆଖିବୁଜା ଗୁଳିମାଡ କରିଥିଲେ । ଏଥିସହ କିଛି ଲୋକଙ୍କୁ ଅପହରଣ ମଧ୍ୟ କରିଛନ୍ତି ଏବଂ ଘରରେ ନିଆଁ ଲଗାଇଦେଇଛନ୍ତି ।

 

Get real time updates directly on you device, subscribe now.