ଆସୁଛି କି ମହାବିପଦ ! ଶ୍ରୀମନ୍ଦିରରେ ତଳକୁ ଖସିଲା ନୀଳଚକ୍ର ବାନା

ପୁରୀ : ପୁରୀ ଶ୍ରୀମନ୍ଦିରରେ ଅଘଟଣ । ଶ୍ରୀମନ୍ଦିର ନୀଳଚକ୍ର ବାନା ତଳକୁ ଖସିପଡିଛି । ଆଜି ବାନା ବାନ୍ଧିବାକୁ ଚୂନରା ସେବାୟତ ନୀଳଚକ୍ର ଉପରକୁ ଯାଉଥିବା ବେଳେ ଅସାବଧାନତା ହେତୁ ନୂଆ ବାନାଗୁଡିକ ଖସିପଡି କାଞ୍ଚି ଗଣେଶ ମନ୍ଦିର ସମ୍ମୁଖ ନୃସିଂହ ମନ୍ଦିର ନିକଟରେ ପଡିଥିଲା ।

ଏହାପରେ ଆଉଜଣେ ଚୂନରା ସେବାୟତ ତଳେ ପଡ଼ିଥିବା ବାନା ଗୁଡିକ ସେଠାରୁ ନେଇ ନୀଳଚକ୍ର ଉପରକୁ ଚଢିବା ପରେ ପୁରୁଣା ବାନାକୁ ପରିବର୍ତ୍ତନ କରାଯାଇ ନୂଆ ବାନା ଲାଗିଥିଲା । ଏହି ଘଟଣା ପରେ ଏହା କୌଣସି ବିପଦର ସଙ୍କେତ ବୋଲି ଆଶଙ୍କା କରୁଛନ୍ତି ଭକ୍ତ ଓ ବୁଦ୍ଧିଜୀବୀ ।