କାର୍‌ରେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ! ଗଣେଶ ଭସାଣି ଦେଖିବାକୁ ଯାଇଥିଲେ ନାବାଳିକା

କାର୍‌କୁ ଟେକି ନେଇ ନାବଳିକା ଦୁଷ୍କର୍ମ ଅଭିଯୋଗ

ବାଲିଗୁଡ଼ା: କାର୍‌ରେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଏହି ଲଜ୍ଜାଜନକ ଘଟଣା ଘଟିଛି । ଜଣେ ଯୁବକଙ୍କ ନାଁରେ ଅଭିଯୋଗ ହୋଇଛି ।

ସୂଚନାନୁଯାୟୀ, ୫ ତାରିଖ ଗଣେଶ ପୂଜା ଭସାଣି ଦେଖିବାକୁ ପୀଡ଼ିତା ତାଙ୍କ ଭଉଣୀ ଘରକୁ ଯାଇଥିଲେ । ଏହି ସମୟରେ କାର୍‌କୁ ଟେକି ନେଇ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଦୁଷ୍କର୍ମ ପରେ ଘଟଣାସ୍ଥଳରୁ ଅଭିଯୁକ୍ତ ଯୁବକ ଫେରାର୍ ଅଛନ୍ତି ।

ଆଜି ଆଉ ଏକ ଅପରାଧ ମାମଲା ସାମ୍ନାକୁ ଆସିଛି । ନିଖୋଜ ନାବାଳିକାର ମୃତଦେହ କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି । ମୃତ ନାବଳିକା ହେଲେ ସଦର ଥାନା ଶ୍ୟାମସୁନ୍ଦରପୁର ଗାଁର । କାଲି ଦିନ ୩ଟା ପରଠାରୁ ନ ମିଳିବାରୁ ଥାନାରେ ଏତଲା କରିଥିଲେ ବାପା ।

ଆଜି ସକାଳ ଘର ପାଖ ନାଳରୁ କ୍ଷତାକ୍ତ ଅବସ୍ଥାରେ ମିଳିବାରୁ ସନ୍ଦେହ । ମନ୍ଦ ଉଦ୍ଦେଶ୍ୟ ରଖି କେହି ୧୦ ବର୍ଷର ଝିଅକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା, ଅନୁଗୁଳ-ବନ୍ତଳା ଅବରୋଧ କରାଯାଇଛି ।