fbpx

ଶପଥ ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କଲେ ନୀତୀଶ କୁମାର

Advertisement

ପାଟଣା: ଗତକାଲି ବିଜେପି ହାତ ଛାଡ଼ିବା ଇସ୍ତଫା ଦେଇଥିବା ନୀତୀଶ କୁମାର ଆଜି ଆରଜେଡି ହାତ ଧରି ସରକାର ଗଠନ କରିଛନ୍ତି। ଏହା ସହିତ ସେ ଅଷ୍ଟମ ଥର ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଶପଥ ଗ୍ରହଣ କରିବା ମାତ୍ରେ ନୀତୀଶ କୁମାର ବିଜେପି ଉପରେ ଘୋର ଆକ୍ରମଣ କରିଛନ୍ତି। ନୀତୀଶ କୁମାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ନାମ ନ ଦେଇ କଟାକ୍ଷ କରିଛନ୍ତି ଏବଂ କହିଥିଲେ ଯେ ୨୦୧୪ ରେ ଆସିଥିବା ଲୋକେ ୨୦୨୪ ରେ ରହିବ କି? ଆମେ ରହୁ କିମ୍ବା ନଥାଉ, ସେମାନେ ୨୦୨୪ ରେ ସରକାରରରେ ରହିବେ ନାହିଁ।

ଏହା ସହିତ ବିଜେପି ସହ ମେଣ୍ଟ ଭାଙ୍ଗିବା ବିଷୟରେ ନୀତୀଶ କୁମାର ମଧ୍ୟ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ ଗତ ଦେଢ ମାସ ଧରି ଆମର କୌଣସି ଆଉଲୋଚନା ହେଉ ନଥିଲା, ଯାହା ଘଟୁଛି ତାହା ଭୁଲ ଥିଲା। ୨୦୨୦ ନିର୍ବାଚନରେ ବିଜେପି ସହିତ ଯାଇ ଆମକୁ ଆଘାତ ଲାଗିଥିଲା। ନୀତୀଶ କୁମାର କହିଛନ୍ତି ଯେ ଆମ ଦଳର ସମସ୍ତ ନେତା କହିଛନ୍ତି ଯେ ବିଜେପି ହାତ ଛାଡ଼ି ଦେବା ଉଚିତ୍‌। ସେଥିପାଇଁ ଆମେ ଏହି ନିଷ୍ପତ୍ତି ନେଇଛୁ। ପ୍ରଧାନମନ୍ତ୍ରୀ ପଦ ପାଇଁ ଦାବି ସମ୍ପର୍କରେ ସେ କହିଛନ୍ତି ଯେ ଏସବୁ ଛାଡିଦିଅ। ସେ କହିଛନ୍ତି ଯେ ବିରୋଧୀଦଳ ସମାପ୍ତ ହେବ ବୋଲି କିଛି ଲୋକ ଭାବନ୍ତି। ଆମେ ମଧ୍ୟ ବିରୋଧ କରି ଆସିଛୁ।

ସାରା ଦେଶରେ ବିରୋଧୀଙ୍କୁ ମଜବୁତ କରିବା ପ୍ରଶ୍ନରେ ନୀତୀଶ କୁମାର କହିଛନ୍ତି ଯେ ଆମେ ଆଗକୁ ସବୁକିଛି କରିବୁ। ଆମେ ଚାହୁଁ ଯେ ସମଗ୍ର ବିରୋଧୀ ଏକଜୁଟ ହୋଇ ଆଗକୁ ବଢନ୍ତୁ ଏବଂ ଯୋଜନା ପ୍ରସ୍ତୁତ କରନ୍ତୁ। ତେଜସ୍ୱୀ ଯାଦବ ମଧ୍ୟ ଶପଥ ପରେ କହିଛନ୍ତି ଯେ ନୀତୀଶ କୁମାରଙ୍କ ନେତୃତ୍ୱରେ ଆମେ ବିହାରକୁ ଆଗକୁ ନେବୁ। ଆମେ ଶୀଘ୍ର ଯୁବକମାନଙ୍କ ପାଇଁ ରୋଜଗାର ଉପରେ କାର୍ଯ୍ୟ କରିବୁ । ଏହା ସହିତ ସେ ବିହାରକୁ ବିଶେଷ ରାଜ୍ୟ ମାନ୍ୟତା ଦାବି କରିଛନ୍ତି।

Get real time updates directly on you device, subscribe now.