fbpx

ନୀତିଶ ରାଣା ମାରିଲେ ଏମିତି ଛକା: SRH ଡଗଆଉଟରେ ଭାଙ୍ଗିଲେ ଫ୍ରିଜ କାଚ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଳୀ: ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ଖେଳାଯାଉଥିଲା ଆଇପିଏଲର ୨୫ ତମ ମୁକାବିଲା । ଏହି ମ୍ୟାଚକୁ ଜିତି ନେବା ସହିତ ହ୍ୟାଟ୍ରିକ ବିଜୟ ହାସଲ କରି ପଏଣ୍ଟ ଟେବଲର ସପ୍ତମ ସ୍ଥାନକୁ ଉନ୍ନୀତ ହୋଇଛି ହାଇଦ୍ରାବାଦ । ତେବେ ନିଜର ଛକା ପାଇଁ ଚର୍ଚ୍ଚାରେ ଅଛନ୍ତି କେକେଆରର ନୀତିଶ ରାଣା ।

ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ପ୍ରଥମେ ବ୍ୟାଟିଂ କରୁଥିବା ବେଳେ କେକେଆର ୮ ୱିକେଟ ହରାଇ ୧୭୫ ରନ କରିଥିଲା । କେକେଆର ପକ୍ଷରୁ ଟପ୍ ସ୍କୋରର ରହିଥିବା ନୀତିଶ ରାଣାଙ୍କ ଉପରେ ସମସ୍ତଙ୍କ ନଜର ରହିଥିଲା । ୫୪ ରନ ସଂଗ୍ରହ କରିଥିଲେ ହେଁ ରାଣାଙ୍କ ଗୋଟିଏ ଛକା ତାଙ୍କ ଇନିଂସର ହାଇଲାଇଟ୍ ରହିଥିଲା । ରାଣା ଏମିତି ଏକ ଛକା ମାରିଥିଲେ ଯେଉଁଥିରେ ବିପକ୍ଷ ଦଳର ଡଗ୍ଆଉଟରେ ଥିବା ଫ୍ରିଜର କାଚ ଭାଙ୍ଗି ଯାଇଥିଲା ।

ନୀତିଶ ରାଣା ୩୬ଟି ବଲ ଖେଳି ୫୪ ରନ ସଂଗ୍ରହ କରିଥିଲେ । ରାଣାଙ୍କ ଇନିଂସରେ ୬ଟି ଚୌକା ଓ ଦୁଇଟି ଛକା ସାମିଲ ଥିଲା । ଉମ୍ରାନ ମଲିକଙ୍କ ବଲକୁ ଥାର୍ଡମ୍ୟାନ ଉପରେ ଛକା ମାରିଥିଲେ ରାଣାଜୀ । ଘଣ୍ଟାପ୍ରତି ଉମ୍ରାନ ୧୫୦ କିମି ବେଗରେ ବୋଲିଂ କରିଥିବା ବେଳେ ଏହାକୁ ସ୍ଲାସ୍ କରିଥିଲେ ରାଣା । ବଲଟି ଥାର୍ଡମ୍ୟାନ ବାଉଣ୍ଡ୍ରି ବାହାରେ ପଡିବା ପରେ ଡଗଆଉଟରେ ରଖାଯାଇଥିବା ଫ୍ରିଜର କାଚ ଭାଙ୍ଗିଥିଲା । ଦେଖନ୍ତୁ ଭିଡିଓ….

Get real time updates directly on you device, subscribe now.