fbpx

ଶ୍ରୀମନ୍ଦିର କଟକଣା କୋହଳ, ଆଉ ଦରକାର ନାହିଁ ସାର୍ଟିଫିକେଟ୍

ପୁରୀ(ଓଡ଼ିଶା ଭାସ୍କର): ଆସନ୍ତା ୨୧ରୁ ଶ୍ରୀମନ୍ଦିରରେ ସହଜ ହେବ ଜଗାଦର୍ଶନ । ଜଗାଦର୍ଶନ ନେଇ କଟକଣା କୋହଳ କରିଛି ଶ୍ରୀମନ୍ଦିର ପ୍ରଶାସନ । ଏଣିକି ଦର୍ଶନ ପାଇଁ ଟିକା ପ୍ରମାଣପତ୍ର ଦେଖାଇବା ଆବଶ୍ୟକ ପଡ଼ିବ ନାହିଁ । କିନ୍ତୁ ମାସ୍କ ପିନ୍ଧି ମନ୍ଦିର ଭିତରକୁ ପ୍ରବେଶ କରିବା ବାଧ୍ୟତାମୂଳକ । ଛତିଶା ନିଯୋଗ ବୈଠକରେ ଏହା ନିଷ୍ପତ୍ତି ହୋଇଛି । ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ କ୍ରୀଷ୍ଣନ କୁମାର ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.