Whatsapp କଲ୍ସ ସମୟରେ କେହି ବି ଟ୍ରାକ କରିପାରିବେନି ଆପଣଙ୍କ ଲୋକେସନ, ଫଲୋ କରନ୍ତୁ ଏହି Hacks
ହ୍ୱାଟ୍ସଆପ ୟୁଜର୍ସଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଆଜିକାଲି ହ୍ୟାକର୍ସ ଏବଂ ସ୍କାମର୍ସ ହ୍ୱାଟ୍ସଆପ କଲ୍ସ ମାଧ୍ୟମରେ ଲୋକଙ୍କ ଲୋକେସନ ଟ୍ରାକ କରି ଠକେଇ କରୁଛନ୍ତି..
ନୂଆଦିଲ୍ଲୀ: ଦେଶରେ କୋଟି କୋଟି ଲୋକେ ହ୍ୱାଟ୍ସଆପ ବ୍ୟବହାର କରୁଛନ୍ତି। ଆପଣ ଏହା ଜାଣିଥିବେ ଯେ, ନର୍ମାଲ କଲ୍ସ ମାଧ୍ୟମରେ ଆପଣଙ୍କ ଫୋନର ଲୋକେସନ ଟ୍ରାକ ହୋଇପାରେ। ହେଲେ ଆପଣ ଏହା ଜାଣିନଥିବେ ଯେ, ଆପଣଙ୍କୁ ହ୍ୱାଟ୍ସଆପ ମାଧ୍ୟମରେ ବି ଲୋକେସନ ଟ୍ରାକ୍ କରାଯାଇପାରିବ। Whatsapp ର ଏକ ହିଡେନ ଫିଚରର ସାହାଯ୍ୟରେ ଆପଣଙ୍କ ଲୋକେସନ ଟ୍ରାକିଂକୁ ଅଟକାଯାଇପାରିବ। ଆସନ୍ତୁ ଜାଣିବା କିପରି..
Whatsappରେ କରନ୍ତୁ ଏହି କାମ: ଯଦି ଆପଣ ନିଜ ହ୍ୱାଟ୍ସଆପ କଲିଂକୁ ନିରାପଦ କରିବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ ଆପଣଙ୍କୁ Whatsappର Protect IP address in calls ଫିଚରକୁ ଅନ କରିବାକୁ ହେବ। Protect IP address in callsର ଏହି ଫିଚର ସ୍କାମର୍ସଙ୍କୁ ନିଜ ଲୋକେସନକୁ ଟ୍ରାକ କରିବାରୁ ଅଟକାଇଥାଏ। ଏହାକୁ ଅନ କରିବା ପାଇଁ ଆପଣଙ୍କୁ ଏହି ଷ୍ଟେପ୍ସକୁ ଫଲୋ କରିବାକୁ ପଡ଼ିବ।
ଏହି ଷ୍ଟେପ୍ସ ଫଲୋ କରନ୍ତୁ:
-Whatsappର Protect IP address in calls ଫିଚରକୁ ଅନ କରିବା ଲାଗି ଆପଣଙ୍କୁ ସର୍ବପ୍ରଥମେ Whatsapp ଆପ ଖୋଲିବାକୁ ହେବ।
-ଏହାପରେ ଆପଣଙ୍କୁ ରାଇଟ ସାଇଡରେ ଥିବା ଥ୍ରୀ ଡଟ୍କୁ କ୍ଲିକ କରିବାକୁ ପଡିବ।
-ଏହାପରେ ଆପଣ ସେଟିଂ ଅପସନରେ ଟ୍ୟାପ କରିବାକୁ ପଡିବ। ଏହାପରେ ଆପଣଙ୍କୁ ପ୍ରାଇଭେସୀ ଉପରେ ଟ୍ୟାପ କରିବାକୁ ପଡିବ।
-ଏହାପରେ ପ୍ରାଇଭେସିରେ ଆଡଭାନ୍ସ ଅପସନ ଉପରେ ଟ୍ୟାପ କରି ଅନ କରନ୍ତୁ।
-ବର୍ତ୍ତମାନ ଆପଣଙ୍କ କଲିଂ ବିଲକୁଲ ସେଫ ରହିବ।
-ଆପଣଙ୍କୁ କଲ୍ସ ବର୍ତ୍ତମାନ ହ୍ୱାଟ୍ସଆପ ସର୍ଭରରୁ ଯିବ, ଯାହାର ଲୋକେସନ ଟ୍ରାକ ହେବ ନାହିଁ।