ଆଜି ୮ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ଦୁର୍ବଳ ହେଲା ଗଭୀର ଅବପାତ

ଭୁବନେଶ୍ୱର: ଲଘୁଚାପ ସାଙ୍ଗକୁ ଦକ୍ଷିଣ- ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ସାରା ରାଜ୍ୟରେ ଆଜି ବର୍ଷା ସମ୍ଭାବନା ରହିଛି । ଆଜି ରାଜ୍ୟର ସମସ୍ତ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେହିପରି ୮ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି, ବାଲେଶ୍ବର ଏବଂ ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ଆସନ୍ତାକାଲିଠାରୁ ପାଗରେ ପରିବର୍ତ୍ତନ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

୨୮ ମେ’ରେ ଦକ୍ଷିଣ ପଶ୍ଚିମ ମୌସୁମୀ ଦକ୍ଷିଣ ଓଡ଼ିଶାର ଅନେକ ଅଞ୍ଚଳକୁ ଛୁଇଁଥିବାବେଳେ ଗତକାଲି(ଗୁରୁବାର) ଭବାନୀପାଟଣା ଓ ପୁରୀକୁ ସ୍ପର୍ଶ କରିଛି । ସ୍ଥିତି ଅନୁକୂଳ ଥିବାରୁ ଏହା ଆଗକୁ ବଢ଼ୁଛି । ଆଗାମୀ ଦୁଇ ଦିନ ଭିତରେ ମୌସୁମୀ ସାରା ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି ।

ଅନ୍ୟପଟେ  ଅବପାତରେ ପରିଣତ ହେଲା ଗଭୀର ଅବପାତ । ଦୁର୍ବଳ ହୋଇ ଅବପାତରେ ପରିଣତ ହେଲା ।

ବର୍ତ୍ତମାନ ବାଂଲାଦେଶରେ ସକ୍ରିୟ ରହିଛି ଅବପାତ । ଅବପାତ ପ୍ରଭାବରେ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକ ଅରୁଣାଚଳ ପ୍ରଦେଶ, ଆସାମ, ମଣିପୁର, ମେଘାଳୟ, ଇତ୍ୟାଦି ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ଆଞ୍ଚଳିକ ପାଣିପଗ ସୂଚନା ଅନୁସାରେ, ଏଣିକି ରାଜ୍ୟରେ ବର୍ଷା ସମ୍ଭାବନା ନାହିଁ । ବର୍ଷା ନ ହେବା କାରଣରୁ ଗରମ ବଢ଼ିବ ବୋଲି ପୂର୍ବାନୁମାନ କରାଯାଇଛି ।