fbpx

ରୁଷ-ୟୁକ୍ରେନ ସଙ୍କଟ ସମୟରେ ଉତ୍ତର କୋରିଆ ନିକ୍ଷେପ କଲା ବାଲିଷ୍ଟିକ ମିସାଇଲ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ରୁଷର ଆକ୍ରମଣ ଜାରି ରହିଥିବା ବେଳେ ସେପଟେ  ପ୍ରାୟ ଏକ ମାସର ବିରାମ ପରେ ରବିବାର ବାଲିଷ୍ଟିକ ମିସାଇଲ ନିକ୍ଷେପ କରିଛି ଉତ୍ତର କୋରିଆ। ଚଳିତ ବର୍ଷ ଉତ୍ତର କୋରିଆର ଏହା ଅଷ୍ଟମ ଏବଂ ଜାନୁଆରୀ ୩୦ ପରେ ପ୍ରଥମ ମିସାଇଲ ପରୀକ୍ଷଣ। ଉତ୍ତର କୋରିଆର ପଡୋଶୀ ଦେଶ ଏହି ମିସାଇଲ୍ ପରୀକ୍ଷଣ ବିଷୟରେ ସୂଚନା ଦେଇଛନ୍ତି।

କିଛି ବିଶେଷଜ୍ଞଙ୍କ ଅନୁଯାୟୀ, ଉତ୍ତର କୋରିଆ ନିଜର ମାରଣାସ୍ତ୍ର ଅଦୌଗିକିରେ ସୁଧାର ଆଣିବାକୁ ଉଦ୍ୟମ ଚଳାଇଛି। ଆମେରିକା ସହିତ ଦୀର୍ଘ ଦିନ ହେବ ଉତ୍ତର କୋରିଆର ଆଲୋଚନା ବାଧିତ ରହିଛି। ଏହି ପରିପ୍ରେକ୍ଷୀରେ ଉତ୍ତର କୋରିଆ ନିଜ ଉପରେ ଲାଗିଥିବା କଟକଣାରେ କୋହଳ କରିବାକୁ ଚାପ ପକାଉଛି। ବିଶେଷଜ୍ଞଙ୍କ ମତରେ ଉତ୍ତର କୋରିଆ ଓ୍ଵାଶିଂଟନ ଉପରେ ଚାପ ପକାଇବା ପାଇଁ ନିଜର ପରୀକ୍ଷଣ ଗତିବିଧିକୁ ଅଧିକ ତ୍ଵରାନ୍ଵିତ କରୁଛି।

ଜାପାନର ପ୍ରତିରକ୍ଷା ମନ୍ତ୍ରୀ ନୋବୁଆ କିଶି କହିଛନ୍ତି, ଉତ୍ତର କୋରିଆର ମିସାଇଲ ପୂର୍ବତଟ ଏବ ଜାପାନର ଆର୍ଥିକ କ୍ଷେତ୍ର ବାହାରେ ଖସିବା ପୂର୍ବରୁ ପ୍ରାୟ ୬୦୦ କିଲୋମିଟର ଉଚ୍ଚତା ସହ ୩୦୦ କିଲୋମିଟର ପର‌୍ୟ୍ୟନ୍ତ ଉଡିଥିଲା। ତେବେ ଏହି ମିସାଇଲ ଉତକ୍ଷେପଣରେ କାହାରି କିଛି କ୍ଷତି ଘଟିନାହିଁ। ଦକ୍ଷିଣ କୋରିଆ ଅଧିକାରୀ ଉତ୍ତର କୋରିଆର ମିସାଇଲ ପରୀକ୍ଷଣ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି।

Get real time updates directly on you device, subscribe now.