fbpx

ପଞ୍ଜଶିର ଉପରେ ହମଲା କରିବାକୁ ଆସି ଟଳି ପଡିଲେ ୩୫୦ ତାଲିବାନୀ, ଜୀବନ୍ତ ଧରା ପଡିଲେ ୪୦ : ନଦର୍ଣ୍ଣ ଅଲାୟନ୍ସ

Advertisement

କାବୁଲ : ଆମେରିକା ସେନା ଫେରିଯିବା ପରେ ପଞ୍ଜଶିର ଘାଟିକୁ ଛାଡି ପୂରା ଆଫଗାନିସ୍ତାନ ତାଲିବାନ କବଜାରେ ରହିଛି । ପଞ୍ଜଶିରକୁ ଦଖଲ କରିବା ପାଇଁ ସୋମବାରଠୁ ତାଲିବାନ ଓ ନଦର୍ଣ୍ଣ ଅଲାୟନ୍ସ ମଧ୍ୟରେ ଲଢେଇ ଜାରି ରହିଛି । ସଦ୍ୟତମ ରିପୋର୍ଟ ଅନୁଯାୟୀ, ତାଲିବାନର ସଦସ୍ୟ ମଙ୍ଗଳବାର ରାତିରେ ମଧ୍ୟ ପଞ୍ଜଶିର ଅଞ୍ଚଳରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରିଛନ୍ତି । ତାଲିବାନ ଏକ ପୋଲ ଉଡାଇ ନଦର୍ଣ୍ଣ ଅଲାୟନ୍ସର ସଦସ୍ୟଙ୍କ ବଞ୍ଚିବାର ରାସ୍ତା ବନ୍ଦ କରିବାକୁ ଉଦ୍ୟମ କରିଛନ୍ତି ।

ଅନ୍ୟପଟେ ନଦର୍ଣ୍ଣ ଅଲାୟନ୍ସ ପକ୍ଷରୁ ଦାବି କରାଯାଇଛି ଯେ, ଗତ ରାତିରେ ଖାବକରେ ହୋଇଥିବା ହମଲାରେ ତାଲିବାନର ପ୍ରାୟ ୩୫୦ ଜଣଙ୍କ ମୃତ୍ୟୁ ଘଟିଛି । କେବଳ ଏତିକି ନୁହେଁ ୪୦ରୁ ଅଧିକ ତାଲିବାନୀଙ୍କୁ ମଧ୍ୟ ସେମାନେ ଧରିଛନ୍ତି । ଏହି ସମୟରେ ନଦର୍ଣ୍ଣ ଅଲାୟନ୍ସ ହାତରେ ଅନେକ ଆମେରିକୀ ବାହାନ ଓ ଅସ୍ତ୍ର ଶସ୍ତ୍ର ଲାଗିଛି ।

 

ସ୍ଥାନୀୟ ସାମ୍ବାଦିକ ନାତିକ ମାଲିକଜାଦା ପଞ୍ଜଶିର ଲଢେଇକୁ ନେଇ ଟ୍ୱିଟ୍ କରିଛନ୍ତି । ତାଙ୍କ ଅନୁଯାୟୀ, ଆଫଗାନିସ୍ତାନର ପଞ୍ଜଶିରରେ ପ୍ରବେଶଦ୍ୱାରରେ ଗୁଲବହାର ଅଞ୍ଚଳରେ ତାଲିବାନ ଓ ନଦର୍ଣ୍ଣ ସଦସ୍ୟଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି । ତାଲିବାନ ଏଠାରେ ଏକ ପୋଲ ମଧ୍ୟ ଉଡାଇ ଦେଇଛନ୍ତି । ଏହି ପୋଲ ଗୁଲବହାରକୁ ପଞ୍ଜଶିର ସହ ସଂଯୋଗ କରୁଥିଲା । ଏହା ବ୍ୟତୀତ ନଦର୍ଣ୍ଣ ଅଲାୟନ୍ସ ଅନେକ ତାଲିବାନୀଙ୍କୁ ମଧ୍ୟ ଧରିଛନ୍ତି ।

 

ଏହା ପୂର୍ବରୁ ସୋମବାର ରାତିରେ ମଧ୍ୟରେ ତାଲିବାନ ଓ ନଦର୍ଣ୍ଣ ଅଲାୟନ୍ସ ମଧ୍ୟରେ ଗୁଳିମାଡ ହୋଇଥିଲା । ଏଥିରେ ପ୍ରାୟ ୭-୮ ତାଲିବାନୀ ସଦସ୍ୟଙ୍କ ମୃତ୍ୟୁ ଘଟିଥିଲା । ସୂଚନାଯୋଗ୍ୟ, ପଞ୍ଜଶିର ଏବେ ମଧ୍ୟ ତାଲିବାନ ହାତରୁ ବହୁ ଦୂରରେ । ଏଠାରେ ନଦର୍ଣ୍ଣ ଅଲାୟନ୍ସ ଅହମ୍ମଦ ମସୁଦଙ୍କ ନେତୃତ୍ୱରେ ତାଲିବାନ ବିରୋଧରେ ଲଢେଇ ଜାରି ରହିଛି ।

 

 

Get real time updates directly on you device, subscribe now.