fbpx

Paytmକୁ ମିଳିଲା ବଡ଼ ଆଶ୍ୱସ୍ତି, ଥାର୍ଡ ପାର୍ଟୀ UPI ଆପ ତିଆରି କରିବାକୁ ଅନୁମତି ଦେଲା NPCI

ନୂଆଦିଲ୍ଲୀ: ନେସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ ପେଟିଏମର ପ୍ୟାରେଣ୍ଟ କମ୍ପାନୀ One97 କମ୍ୟୁନିକେସନ ଲିମିଟେଡକୁ ମଲ୍ଟି ବ୍ୟାଙ୍କ ମଡେଲ ଜରିଆରେ ୟୁପିଆଇରେ ଥାର୍ଡ ପାର୍ଟୀ ଆପ୍ଲିକେସନ ପ୍ରୋଭାଇଡର ଭାବେ ଭାଗ ନେବା ଲାଗି ଅନୁମତି ଦେଇଛି । ଚାରୋଟି ବ୍ୟାଙ୍କ ଆକ୍ସିସ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଏବଂ ୟେସ ବ୍ୟାଙ୍କକୁ One97 କମ୍ୟୁନିକେସନ ଲିମିଟେଡର ପେମେଣ୍ଟ ସର୍ଭିସ ପ୍ରୋଭାଇଡର ଭାବେ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଛି ।

ଏନପିସିଆଇ ୧୪ ମାର୍ଚ୍ଚ ୨୦୨୪କୁ ପ୍ରେସ ରିଲିଜ ଜାରି କରି କହିଛି ଯେ, ଏନପିସିଆଇ ପେଟିଏମର One97 କମ୍ୟୁନିକେସନ ଲିମିଟେଡକୁ ୟୁପିଆଇରେ ମଲ୍ଟି-ବ୍ୟାଙ୍କ ମଡେଲ ଜରିଆରେ ଥାର୍ଡ-ପାର୍ଟୀ ଆପ୍ଲିକେସନ ପ୍ରୋଭାଇଡର ଭାବେ ଭାଗ ନେବା ପାଇଁ ଅନୁମତି ଦିଆଯାଇଛି । ଏନପିସିଆଇ କହିଛି ଯେ ଚାରୋଟି ବ୍ୟାଙ୍କ ଯେଉଁଥିରେ ଆକ୍ସିସ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, ଏସବିଆଇ ଏବଂ ୟେସ ବ୍ୟାଙ୍କ ସାମିଲ ରହିଛି, ସେ One97 କମ୍ୟୁନିକେସନ ଲିମିଟେଡର ପେମେଣ୍ଟ ସର୍ଭିସ ପ୍ରୋଭାଇଡର ଭାବେ ଆକ୍ଟ କରିବ ।

ୟେସ ବ୍ୟାଙ୍କ One97 କମ୍ୟୁନିକେସନ ଲିମିଟେଡ ପାଇଁ ନୂଆ ଏବଂ ପୂରୁଣା ୟୁପିଆଇ ବ୍ୟବସାୟୀ କରିବା ପାଇଁ ବ୍ୟାଙ୍କ ପକ୍ଷରୁ କାମ କରିବ । @Paytm ହ୍ୟାଣ୍ଡେଲକୁ ୟେସ ବ୍ୟାଙ୍କ ପାଖ ରିଡାଏରେକ୍ଟ କରାଯିବ । ଏନପିସିଆଇର ଏହି ନିଷ୍ପତ୍ତି ଜରିଆରେ ୟୁଜର୍ସ ଏବଂ ବ୍ୟବସାୟୀ ୟୁପିଆଇ ଟ୍ରାଞ୍ଜାକସନ ଏବଂ ଅଟୋପେକୁ ସିମଲେସ ସହ କରିବା ଜାରି ରଖିବ । ନେସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ One97 କମ୍ୟୁନିକେସନ ଲିମିଟେଡକୁ ପରାମର୍ଶ ଦେଇଛି ଯେ, ସେ ନୂଆ ପେମେଣ୍ଟ ସର୍ଭିସ ପ୍ରୋଭାଇଡର ବ୍ୟାଙ୍କ ପାଖରେ ଶୀଘ୍ର ସମସ୍ତ ହ୍ୟାଣ୍ଡେଲ୍ସର ମାଇଗ୍ରେସନକୁ ପୂରା କରିବ ।

Get real time updates directly on you device, subscribe now.