fbpx
BJD SKY
BJD SKY

ମା’ସମଲେଶ୍ୱରୀଙ୍କ ମନ୍ଦିରରେ ପହଞ୍ଚିଲା ନୂଆ ଧାନ, ନୂଆଁଖାଇରେ ଲାଗି ହେବ ନବାନ୍ନ

BJD

ସମ୍ବଲପୁର, (ଭାସ୍କର ନ୍ୟୁଜ୍‌): ସମ୍ବଲପୁର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଇଙ୍କ ପୀଠରେ ପହଞ୍ଚିଲା ନୂଆ ଧାନ । ମା’ସମଲେଇଙ୍କଠାରେ ଲାଗି ହେବାକୁ ଥିବା ନୂଆଖାଇରେ ନବାନ୍ନ ପାଇଁ ଏହି ନୂଆଧାନ ବଲବସପୁର ଅଞ୍ଚଳର ସୁବାଷ ବେହେରା ଆଣି ମନ୍ଦିରର ମୁଖ୍ୟ ପୂଜକଙ୍କୁ ପ୍ରଦାନ କରିଛନ୍ତି । ଏହି ନୂଆଧାନକୁ ଗଣେଷ ପୂଜା ଦିନ ପୂଜକଙ୍କ ପରିବାର ଯତ୍ନ ସହକାରେ ସଫା କରିବାସହ ପରେ କେଣ୍ଡାରୁ ଧାନ ଅଲଗାକରି ତାକୁ ଭାଜି ଚାଉଳ ବାହାର କରିବେ । ପରେ ଗୁଡ ଓ ଘିଅ ଦେଇ ନବାନ୍ନ ପ୍ରସ୍ତୁତ ହେବ ।

ତେବେ ୬୦ ଦିନରେ ଉତ୍ପାଦନ ହେଉଥିବା ଧାନ ପାଇଁ ବଲବସପୁରର ସୁବାଷ ବେହେରାଙ୍କ ପରିବାର ଚାଷରେ ଲାଗି ଡିଥାନ୍ତି । ୫ ବର୍ଷ ହେଲା ସୁବାଷ ବେହେରାଙ୍କ ପରିବାର ଏହି ଧାନ ଯୋଗାଇ ଆସୁଛନ୍ତି । ତେବେ ଆଜି ଏହି ଧାନ ସୁବାସ ଆଣି ମନ୍ଦିରର ମୁଖ୍ୟ ପୂଜକ ଅମ୍ବିକା ପ୍ରସାଦ ରାୟଙ୍କୁ ପ୍ରଦାନ କରିଛନ୍ତି । ଗଣେଷ ପୂଜା ଦିନ ପୂଜକଙ୍କ ପରିବାରର ମହିଳାମାନେ ଏଥିରୁ ଚାଉଳ ବାହାର କରି ତାକୁ ଗୁଣ୍ଡକରି ମା’ଇଷ୍ଟଦେବିଙ୍କ ପାଖରେ ଭୋଗ ଲାଗିବ ।

Get real time updates directly on you device, subscribe now.