ଆଜି ଏଏସ୍‌ଓ ପରୀକ୍ଷା: ରାଜ୍ୟର ୩୩ଟି ଜୋନର ୪୮୨ ସେଣ୍ଟରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଆଜି ଏସଓର ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ । ରାଜ୍ୟର ୩୩ଟି ଜୋନର ୪୮୨ ସେଣ୍ଟରେ ୨ ଲକ୍ଷ ୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ୩ ଟି ସିଫ୍ଟରେ ପରୀକ୍ଷା ଅନୁଷ୍ଠିତ ହେବ । ପ୍ରଥମ ପର୍ଯ୍ୟାୟରେ ସାଧାରଣ ଜ୍ଞାନ, ଦ୍ୱିତୀୟ ପର୍ଯ୍ୟାୟରେ ମେଂଟାଲ ଆବିଲିଟି ଓ ରିଜନିଂ ଏବଂ ତୃତୀୟ ପର୍ଯ୍ୟାୟରେ ଭାଷା ଓଡ଼ିଆ ଆଉ ଇଂରାଜୀ ବିଷୟ ରହିଛି । ସମସ୍ତ ପରୀକ୍ଷାରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଅତିରିକ୍ତ ୩୦ ମିନିଟ୍‌ ସମୟ ଦିଆଯିବ ।

ସୂଚନାଯୋଗ୍ୟ ଯେ ଏଏସଓ ର ଲିଖିତ ପରୀକ୍ଷା ଗତ ୨୧ ତାରିଖରେ ହେବାର ଥିଲା । ହେଲେ ରାଜ୍ୟରେ ବନ୍ୟା ସ୍ଥିତି ପାଇଁ ଏହାକୁ ଘୁଞ୍ଚାଯାଇଥିଲା । ଆଜି ପରୀକ୍ଷା ପାଇଁ ମୋଟ ଖୋର୍ଦ୍ଧା ଜିଲ୍ଲାରେ ୧୩୯ଟି ସେଣ୍ଟର ହୋଇଥିବା ବେଳେ କେବଳ ଭୁବନେଶ୍ୱରରେ ୧୨୯ଟି ଶିକ୍ଷାନୁଷ୍ଠାନ ସାମିଲ ରହିଛି । ଛାତ୍ରଛାତ୍ରୀମାନେ ପୂର୍ବ ନିର୍ଦ୍ଧାରିତ ତାରିଖ ପାଇଁ ପାଇଥିବା ଆଡମିଟ୍‌ କାର୍ଡରେ ପରୀକ୍ଷା ଦେଇପାରିବେ ।