ଚାକିରି ମିଳିଲାନି କିନ୍ତୁ ଇଜ୍ଜତ ଲୁଟିନେଲେ… ଓଡ଼ିଆ ମହିଳାଙ୍କୁ ବଳାତ୍କାର କଲେ ବିହାରୀ ଶ୍ରମିକ, ନାବାଳକ ବି ଛାଡ଼ିଲାନି…
ସ୍ୱାମୀଙ୍କୁ ଦରମରା କରି ସ୍ତ୍ରୀଙ୍କୁ କଲେ ରେପ୍ । ଛୁରୀ ଦେଖାଇ ଲୁଟିନେଲେ ଇଜ୍ଜତ ।
ତିରୁପୁର: ତାମିଲନାଡ଼ୁ ତିରୁପୁରରେ ଓଡ଼ିଆ ମହିଳାଙ୍କୁ କରାଯାଇଛି ଗଣବଳାତ୍କାର । ପୁଅ ଓ ସ୍ୱାମୀ ଆଗରେ ମହିଳାଙ୍କ ବଳାତ୍କାର କରାଯାଇଥିବା ଘଟଣା ସାମ୍ନାକୁ ଆସିଛି ।
ବଳାତ୍କାର କରିଥିବା ୩ ପ୍ରବାସୀ ଶ୍ରମିକ ବିହାରର ବୋଲି ଜଣାପଡ଼ିଛି । ତିନିଜଣଯାକ ଶ୍ରମିକ ପ୍ରଥମେ ମହିଳାଙ୍କ ହାତ ବାନ୍ଧି ଦେଇଥିଲେ । ତା’ପରେ ପୁଅ ଓ ସ୍ୱାମୀ ଆଖି ସାମ୍ନାରେ ଜଣ ଜଣ କରି ତାଙ୍କୁ ବଳାକ୍ରାର କରିଥିଲେ । ମହିଳାଙ୍କୁ ଛୁରୀ ଦେଖାଇ ସେମାନେ ଡରେଇଥିଲେ ।
ଝୁଣିଦେଲେ: ବଳାତ୍କାର କରିଥିବା ୩ ଜଣଙ୍କ ଭିତରେ ୧୭ ବର୍ଷର ନାବାଳକ ମଧ୍ୟ ସାମିଲ ଥିବା ଜଣାଡ଼ିଛି । ପୋଲିସ କହିବା ମୁତାବକ ଫେବୃଆରୀ ୧୭ରେ ଚାକିରି ସନ୍ଧାନରେ ସ୍ୱାମୀ, ସ୍ତ୍ରୀ ଓ ୩ ବର୍ଷର ପୁଅ ତିରୁପୁର ଯାଇଥିଲେ ।
ସୋମବାର ରାତିରେ ସ୍ୱାମୀ,ସ୍ତ୍ରୀ ପୁଅକୁ ଧରି ପୁଷ୍ପା ଜଙ୍କଶନ୍ ନିକଟରେ କାମ ଖୋଜୁଥିବାବେଳେ ୩ ବିହାରୀ ଶ୍ରମିକ ଭେଟ ହୋଇଥିଲେ । ସେମାନେ ଦମ୍ପତିଙ୍କୁ ଚାକିରି ଦିଆଇଦେବା ଲାଗି ପ୍ରତିଶ୍ରୁତି ଦେଇଥିଲେ ।
ଡାକିନେଲେ: ଲକ୍ଷ୍ମୀନଗର ସ୍ଥିତ ଭଡ଼ା ଘରକୁ ବିହାରୀ ଶ୍ରମିକମାନେ ଦମ୍ପତିଙ୍କୁ ଡାକି ନେଇଥିଲେ । ସେହିଦିନ ରାତିରେ ତିନିଜଣଯାକ ପୀଡ଼ିତାଙ୍କ ସ୍ୱାମୀଙ୍କୁ ମାଡ଼ ମାରି ଦରମରା କରି ଦଉଡ଼ିରେ ବାନ୍ଧି ଦେଲେ । ଏହାପରେ ୩ ଜଣ ଯାକ ଜଣ ଜଣ କରି ମହିଳାଙ୍କୁ ବଳାତ୍କାର କରିଥିଲେ ।
ପୁଅ ତଣ୍ଟି କାଟିଦେଇଥାନ୍ତେ: ମହିଳା ଏପରି କରିବାକୁ ବାରଣ କରୁଥିଲେ, କିନ୍ତୁ ସେମାନେ ୩ ବର୍ଷ ପୁଅର ତଣ୍ଟି କାଟିଦେବାର ଧମକ ଦେଇ ମହିଳାଙ୍କୁ ଡରେଇଥିଲେ । ପରଦିନ ପୀଡ଼ିତା ସ୍ଥାନୀୟ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ମଙ୍ଗଳବାର ଦିନ ରାତିରେ ପୋଲିସର ସ୍ୱତନ୍ତ୍ର ଟିମ୍ ମହମ୍ମଦ ନଦୀମ, ମହମ୍ମଦ ଦାନିଶ ଏବଂ ନାବାଳକଙ୍କୁ ଗିରଫ କରିଛି ।