fbpx

Breaking: ବଢିଲା ବିଏସକେୱାଇ ପଞ୍ଜିକରଣ ଅବଧି, ଆଜି ଥିଲା ଶେଷ ତାରିଖ

ଭୁବନେଶ୍ୱର: ବଢିଲା ବିଏସକେୱାଇ ନବୀନ କାର୍ଡ ପଞ୍ଜିକରଣ ଅବଧି । ଅବଧି ବୃଦ୍ଧି କଲେ ରାଜ୍ୟ ସରକାର । ଏବେ ଆପଣ ଏଥିପାଇଁ ଜାନୁୟାରୀ ୨୬ ଯାଏ ପଞ୍ଜିକରଣ କରିପାରିବେ । ପଞ୍ଜିକରଣ ପାଇଁ ଆଜି ଅର୍ଥାତ୍ ୧୬ ଜାନୁୟାରୀ ଥିଲା ଶେଷ ଦିନ । କିନ୍ତୁ ସରକାର ଏବେ ଏହାର ଅବଧି ୨୬ ଜାନୁୟାରୀ ପର୍ଯ୍ୟନ୍ତ ବୃଦ୍ଧି କରି ଯେଉଁମାନେ ଏଥିପାଇଁ ପଞ୍ଜିକରଣ କରିପାରିନାହାନ୍ତି ସେମାନଙ୍କୁ ସୁଯୋଗ ଦେଇଛନ୍ତି ।

ଏବେ ସୁଦ୍ଧା ୩୦ ଜିଲ୍ଲାରୁ ବିଏସକେୱାଇ ନବୀନ କାର୍ଡ ଲାଗି ୭୦,୪୮୮ ଆବେଦନ ଆସିଛି । ଏହ କାର୍ଡ ଜରିଆରେ ୧.୮୨ ଲକ୍ଷ ଲୋକେ ଉପକୃତ ହୋଇପାରିବେ । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ଆବେଦନ ଆସିଥିବା ବେଳେ ଏହା ପଛକୁ କଟକ ଓ ଖୋର୍ଦ୍ଧା ରହିଛି ।

Get real time updates directly on you device, subscribe now.