ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ହେବ ଆଉ ଏକ ବାଟାଲିଅନ, ୧୦୪୦ ପଦବୀ ସୃଷ୍ଟି

ଓଆଇଏସଏଫର ହେବ ଆଉ ଏକ ବାଟାଲିଅନ

ଭୁବନେଶ୍ୱର: ରାଜ୍ୟରେ ଓଡ଼ିଶା ଇଣ୍ଡଷ୍ଟିଆଲ ସିକ୍ୟୁରିଟି ଫୋର୍ସର ଆଉ ଏକ ବାଟାଲିଅନ ହେବ। ଏ ସଂପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ବର୍ତ୍ତମାନ ମଞ୍ଜୁରୀ ମିଳିଛି।

ସୁଚନାନୁଯାୟୀ, ନୂଆ ବାଟାଲିଅନ ପାଇଁ ମୋଟ୍ ୧୦୪୦ଟି ପଦବୀ ସୃଷ୍ଟି ହୋଇଛି। ବର୍ତ୍ତମାନ ରାଜ୍ୟରେ ଓଆଇଏସଏଫର ଗୋଟିଏ ବାଟାଲିଅନ ଅଛି। ଆଉ ଏକ ବାଟାଲିୟନ ହେବା ସହ ଏଥିରେ ଅନେକ ପ୍ରାର୍ଥୀଙ୍କୁ ନିଯୁକ୍ତି ମିଳିବ।

ନୂଆ ବାଟାଲିଅନ ସୃଷ୍ଟି ହେବା ପରେ ରାଜ୍ୟରେ ସମୁଦାୟ ୨ଟି ବାଟାଲିଅନ କାର୍ଯ୍ୟ କରିବ। ୨ଟି ବାଟାଲିଅନର ପଦବୀ ସଂଖ୍ୟା ୨୮୪୭ ହେବ। ରାଜ୍ୟରେ ଶିଳ୍ପ ଅଭିବୃଦ୍ଧି ଉପରେ ରାଜ୍ୟ ସରକାର ଗୁରୁତ୍ୱାରୋପ କରି ପଦକ୍ଷେପ ନେଉଛନ୍ତି।