ନୂଆଦିଲ୍ଲୀ : କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଉଥିବା ଜାତୀୟ ପଞ୍ଚାୟତ ପୁରସ୍କାର-୨୦୨୪ରେ ଓଡ଼ିଶାକୁ ୭ଟି ବିଭାଗରେ ପୁରସ୍କାର ପାଇଁ ମନୋନୀତ କରାଯାଇଛି । ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆସନ୍ତା ୧୧ ତାରିଖରେ ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ ହେବ । ଦୀନ ଦୟାଲ୍ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ବିଭାଗରେ ଗଞ୍ଜାମ ଜିଲ୍ଲା କେଳୁଆପଲ୍ଲୀ ଓ ସହପୁରକୁ ସୁସ୍ଥ ପଞ୍ଚାୟତ ଓ ସ୍ୱାବଲମ୍ବୀ ଭିତ୍ତିଭୂମି ପଞ୍ଚାୟତ ପୁରସ୍କାର ମିଳିବ ।
ସେହିଭଳି ନାନାଜୀ ଦେଶମୁଖ୍ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ବିଭାଗରେ ଛତ୍ରପୁର ପଞ୍ଚାୟତ ସମିତି ଶ୍ରେଷ୍ଠ ବ୍ଲକ୍ ପଞ୍ଚାୟତ ପୁରସ୍କାର ଓ କୋରାପୁଟ ଜିଲ୍ଲା ପରିଷଦକୁ ଶ୍ରେଷ୍ଠ ପଞ୍ଚାୟତ ପୁରସ୍କାର ମିଳିବ । ସୁନ୍ଦରଗଡ଼ ଜିଲ୍ଲା କସିର ଗ୍ରାମପଞ୍ଚାୟତକୁ ଗ୍ରାମ ଉର୍ଜ୍ଜା ସ୍ୱରାଜ ବିଶେଷ ପଞ୍ଚାୟତ ପୁରସ୍କାର ଓ କେନ୍ଦ୍ରିକେଲା ଗ୍ରାମ ପଞ୍ଚାୟତକୁ କାର୍ବନ୍ ନ୍ୟୁଟ୍ରାଲ୍ ବିଶେଷପଞ୍ଚାୟତ ପୁରସ୍କାର ଦିଆଯିବ । ଏହାସହ ରାଜ୍ୟ ଗ୍ରାମ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନକୁ ପଞ୍ଚାୟତ କ୍ଷମତା ନିର୍ମାଣ ସର୍ବୋତ୍ତମ ସଂସ୍ଥାନ ପୁରସ୍କାର ଦିଆଯିବ ବୋଲି ଜଣାପଡ଼ିଛି ।