ଜରୁରୀ ସୂଚନା: ପୁରୀ ଯାଉଥିଲେ ଦର୍ଶନ ପାଇଁ ଭକ୍ତଙ୍କୁ ୨ ଘଣ୍ଟାରୁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବ

ଭୁବନେଶ୍ୱର: ପୁରୀ ରଥଯାତ୍ରା ପାଇଁ ତୀର୍ଥଯାତ୍ରୀ ଓ ଭକ୍ତଙ୍କ ପାଇଁ ଜରୁରୀ ସୂଚନା ଜାରି । ଓଡ଼ିଶା ପୋଲିସ ପକ୍ଷରୁ ଏହି ସୂଚନା ଜାରି କରାଯାଇଛି ।

ଏକ୍ସ ପୋଷ୍ଟ ଜରିଆରେ ଭକ୍ତଙ୍କ ପାଇଁ ଜରୁରୀ ସୂଚନା ଜାରି କରିଛି ଓଡ଼ିଶା ପୋଲିସ । ସକାଳପହରୁ ପୁରୀ ଅଭିମୁଖେ ରାସ୍ତାରେ ଅନେକ ଗାଡ଼ ମଟର ଯିବା ଆସିବା କାରୁଥିବାରୁ ରାସ୍ତା ଜାମ୍ ହୋଇଛି ।

ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନଙ୍କୁ ୨ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ୨ ଘଣ୍ଟାରୁ ଅଦିକ ସମୟ ଅପେକ୍ଷା କରିବାକୁ ପଡ଼ିବ, ସେ ନେଇ ପ୍ରସ୍ତୁତ ରହିବାକୁ ଓଡ଼ିଶା ପୋଲିଦ ପକ୍ଷରୁ କୁହାଯାଇଛି ।

ଆଜି ଭୋରୁ ଶରଧାବାଲିରେ ଦଳାଚକଟା ପରେ ରଥଯାତ୍ରା ସୁରୁଖୁରୁରେ ହେବା ଲାଗି ସରକାର, ପ୍ରଶାସନ ପକ୍ଷରୁ କାର୍ଯ୍ୟ ଆରମ୍ଭ କରାଯାଇଛି ।